ରଏଡା ଫରେଷ୍ଟ ବିଟ୍‌ରେ ବୁଲୁଛି ବୟସ୍କା ମାଈ ହାତୀ, ହାତୀର ବାମ ଗୋଡରେ କ୍ଷତ

ଆଠମଲ୍ଲିକ ୩।୮: ଆଠମଲ୍ଲିକ ବନଖଣ୍ଡ ହଣ୍ଡପା ରେଞ୍ଜର ୧୮ ନମ୍ବର କମ୍ପାଟମେଣ୍ଟ ରଏଡା ଫରେଷ୍ଟ ବିଟ୍ ନିକଟରେ ଗତ ଦୁଇ ଦିନ ପୂର୍ବେ ୫୦ ବର୍ଷ ବୟସ୍କ ମାଈ ହାତୀ ଆହତ ହୋଇ ବୁଲୁଥିବା ଦେଖିବାକୁ ମିଳିଥିଲା । ଖବର ପାଇ ବନ ବିଭାଗ ହାତୀଟିର ଚିକିତ୍ସା ପାଇଁ ପ୍ରୟାସ ଆରମ୍ଭ କରିଥିଲା । ହାତୀଟି ଲୋକଙ୍କୁ ମାରିବାକୁ ଗୋଡାଉଥିବାରୁ ବନ ବିଭାଗ ହାତୀ ପାଖକୁ ଯିବାକୁ ସମର୍ଥ ହେଇପାରିନଥିଲା କି ଟ୍ରାଙ୍କୁଲାଇଜ କରି ତାର ଚିକିତ୍ସା କରିପାରିନଥିଲା। ଡିଏଫଓ ଦେଇଥିବା ସୂଚନା ମୁତାବକ ହାତୀ କୁଆଡେ ତାର ଗୋଠକୁ ଫେରିଯାଇଛି । ଗାଁ ଲୋକଙ୍କ କହିବା ଅନୁସାରେ ହାତୀଟି ଗାଁରେ ଉତ୍ପାତ କରିଛି । ଲୋକଙ୍କ ସବୁ ଫସଲ ନଷ୍ଟ କରିଛି । ଲୋକେ ଭୟରେ ସନ୍ଧ୍ୟା ହେଲା ମାତ୍ରେ ନିଆଁ ହୁଳା ଧରି ଗାଁରେ ପହରା ଦେଉଛନ୍ତି ।  ତାଙ୍କ କହିବା ମୁତାବକ ୫୦ ବର୍ଷ ବୟସ୍କା ମାଈ ହାତୀର ବାମ ଗୋଡ଼ରେ ଏକ କ୍ଷତ ହୋଇଛି । ହାତୀ ନିକଟକୁ କେହି ଯାଇପାରି ନଥିବାରୁ ହାତୀଟିର କେଉଁ କାରଣରୁ କ୍ଷତ ହେଇଛି ଜଣାପଡିନି ।  ଅନ୍ୟପକ୍ଷରେ ଲୋକଙ୍କ ଭିତିରି ଖବର ମୁତାବକ  ନିକଟ ଗାଁର ଶିକାରି ଅନ୍ୟ ହାତୀକୁ ଗୁଳି ମାରିବା ସମୟରେ ମାଈ ହାତୀ ଦେହରେ ଗୁଳି ବାଜି ଥାଇପାରେ ବୋଲି ଆଲୋଚନା ହେଉଛି ।  ବନ ବିଭାଗ ତରଫରୁ ଏ ପର୍ଯ୍ୟନ୍ତ ପ୍ରତିକ୍ରିୟା ମିଳୁନଥିବାରୁ ସତ୍ୟାସତ୍ୟ ଏବେ ସନ୍ଦେହ ଘେରରେ ରହିଛି ।  ଆଗକୁ ଆଠମଲ୍ଲିକ ଡିଭିଜନରେ ଥିବା ୬୦ ହାତୀ ଭିତରେ ଥିବା ଦନ୍ତା ହାତୀ ଉପରେ ଶିକାରମାଙ୍କର ନଜର ରହିଛି ।

Leave A Reply

Your email address will not be published.