୩୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗିରଫ

ଲମତାପୁଟ ୦୪।୦୮: ଓମିନି କାରରୁ ୩୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଜଣ ଗିରଫ । ଲମତାପୁଟ ପାଡ଼ୁଆ ପୋଲିସ୍କୁ ବଡ଼ ସଫଳତା ମିଳିଛି । ଆନ୍ଧ୍ରା ସୀମାନ୍ତବର୍ତ୍ତି ଇଲାକାରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ିବସିଲା ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ. ଡ଼ି. ପିଓ ଙ୍କ ନେତୃତ୍ଵରେ ପାଡ଼ୁଆ ପୋଲିସ କୁମ୍ଭିଗୁଡା ଗାଁ ନିକଟରେ ନାକାବନ୍ଦି କରି ଗାଡ଼ି ଯାଞ୍ଚ କରୁଥିଲା । ଏହି ସମୟରେ ଏକ ଓମିନି କାର୍ ଦ୍ରୁତ ଗତିରେ ଆସି ପୋଲିସ ବ୍ୟାରିକେଟ ଦେଖି ଗାଡ଼ି ବୁଲାଇ ଚାଲିଯିବା ସମୟରେ ଓଲଟି ପଡିଥିଲା । ପୋଲିସ ଘଟଣା ସ୍ଥଳକୁ ଯାଇ ଦୁଇଜଣ ଗଞ୍ଜେଇ ମାଫିଆଙ୍କୁ କାବୁ କରିବା ସହ କାରରୁ ୧୪ ବସ୍ତା ଗଞ୍ଜେଇ ଜବତ୍ କରିଥିଲା । ପ୍ରାୟ ୩ କ୍ୟୁଣ୍ଟାଲ ୫୦ କେଜି ଗଂଜେଇ ଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୩୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଗିରଫ ବ୍ୟକ୍ତି କୁନ୍ଦୁରା ଥାନା ଅନ୍ତର୍ଗତ କଟାରିପୁଟ ଗାଁର ଗଜେନ୍ଦ୍ର ଗାଡବା ଏବଂ ପାଡ଼ୁଆ ଥାନା ଅନ୍ତର୍ଗତ ସାନ୍ଦେରା ଗାଁର ପାଠି ଗାଡାଙ୍ଗା ବୋଲି ଜଣାପଡ଼ିଛି । ଦୁଇ ମାଫିଆଙ୍କୁ ପୋଲିସ ପଚାର ଉଚରା ପରେ ଆଜି କୋର୍ଟ ଚାଲାଣ କରିବ ।

Leave A Reply

Your email address will not be published.