‘ୟଙ୍ଗ୍ ଇଣ୍ଡିଆ’ କାର୍ଯ୍ୟାଳୟ ସିଲ୍ ପରେ ତାତିଲା କଂଗ୍ରେସ, ଆଜି ସଂସଦରେ ଉଠିପାରେ ପ୍ରସଙ୍ଗ

ନୂଆଦିଲ୍ଲୀ, ୦୪|୦୮ : ଦିଲ୍ଲୀର ନ୍ୟାସନାଲ ହେରାଲ୍ଡ ବିଲଡିଂରେ ଅବସ୍ଥିତ ୟଙ୍ଗ ଇଣ୍ଡିଆ ଲିମିଟେଡ୍ କାର୍ଯ୍ୟାଳୟକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସିଲ୍ କରିଛି । ନ୍ୟାଶନାଲ ହେରାଲ୍ଡ ଖବର କାଗଜକୁ ଆସୋସିଏଟ ଜର୍ଣ୍ଣାଲ ଲିମିଟେଡ୍ ଚଳାଉଥିଲା। ଏହାକୁ ୟଙ୍ଗ ଇଣ୍ଡିଆ ଲିମିଟେଡ୍ ଅଧିଗ୍ରହଣ କରିଥିଲା । ତେବେ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବାରୁ ଇ.ଡି. ମନି ଲଣ୍ଡରିଂ ମାମଲା ରୁଜୁ କରିଛି । ଏଥିପାଇଁ ହେରାଲ୍ଡ ହାଉସ୍ ରେ ଥିବା ୟଙ୍ଗ ଇଣ୍ଡିଆ ଲିମିଟେଡ୍ ଅଫିସକୁ ସିଲ୍ କରାଯାଇଛି। ୟଙ୍ଗ ଇଣ୍ଡିଆନ୍ କାର୍ଯ୍ୟାଳୟ ସିଲ ହେବା ପରେ ଉତ୍ତେଜନା ଦେଖାଯାଇଛି । ଏହାର ମୁଖ୍ୟାଳୟକୁ ରାସ୍ତା ବନ୍ଦ କରାଯିବାକୁ ନେଇ ତୀବ୍ର ବିରୋଧ କରିଛି କଂଗ୍ରେସ। ନୂଆଦିଲ୍ଲୀରେ ଥିବା କଂଗ୍ରେସ ମୁଖ୍ୟାଳୟ ବାହାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧୀଙ୍କ ବାସଭବନ ବାହାରେ ଅଧିକ ସଂଖ୍ୟକ ପୋଲିସ କର୍ମୀଙ୍କୁ ମୁତୟନ କରାଯାଇଛି। ରାହୁଲ କର୍ଣ୍ଣାଟକ ଗସ୍ତ ସାରି ଦିଲ୍ଲୀ ଫେରୁଛନ୍ତି ।

Leave A Reply

Your email address will not be published.