ଦୂର ହେଲା ରୋହିତ ବାହିନୀର ସଙ୍କଟ : ଇଣ୍ଡିଆ-ଇଣ୍ଡିଜ୍ ଟିମ୍‌କୁ ମିଳିଲା ଆମେରିକାର ଭିସା

ନୂଆଦିଲ୍ଲୀ ୦୪/୦୮:  ଭାରତୀୟ କ୍ରିକେଟ୍ ଟିମର ପ୍ରଶଂସକଙ୍କ ପାଇଁ ଖୁସି ଖବର । ଭାରତ ଓ ଓ୍ୱେଷ୍ଟଇଣ୍ଡିଜ ଖେଳାଳିଙ୍କୁ ଆମେରିକାର ଭିସା ମିଳିଯାଇଛି । ଅର୍ଥାତ ଏବେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ଶେଷ ଦୁଇ ମ୍ୟାଚ୍ ଫ୍ଲୋରିଡାରେ ହୋଇପାରିବ । ସେହିପରି ଅନ୍ୟ ଏକ ଖୁସି ଖବର ଏହା ଯେ, ରୋହିତ ସମ୍ପୂର୍ଣ୍ଣ ଫିଟ୍ ହୋଇ ଯାଇଛନ୍ତି । ସେ ଶେଷ ଦୁଇଟି ମ୍ୟାଚରେ ଦଳର ନେତୃତ୍ୱ ନେବେ । ତେବେ ତୃତୀୟ ମ୍ୟାଚରେ ତାଙ୍କ ଅଣ୍ଟାରେ ଆଘାତ ଲାଗିଥିଲା । ସୂଚନାଯୋଗ୍ୟ,  ଭାରତ ଓ ଇଣ୍ଡିଜ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ଖେଳାଯାଉଛି । ପ୍ରଥମ ତିନୋଟି ମ୍ୟାଚ୍ ସରିଛି । ଯେଉଁଥିରେ ଭାରତ ୨-୧ରେ ଆଗୁଆ ରହିଛି । ଶେଷ ଦୁଇଟି ମୁକାବିଲା ଅଗଷ୍ଟ ୬ ଓ ୭ ତାରିଖରେ ଖେଳାଯିବ । ପୂର୍ବରୁ ଭିସା ଜନିତ ସମସ୍ୟା ଥିଲା । ମ୍ୟାଚ୍ ଖେଳାଯିବା ସଂଶୟରେ ରହିଥିଲା । ଏବେ କୁହାଯାଉଛି ଯେ, ଗୁଏନା ରାଷ୍ଟ୍ରପତି ଭିସା ମାମଲାରେ ହସ୍ତକ୍ଷେପ କରିଥିଲେ । ତେଣୁ ଭିସା ମିଳିଯାଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଗୁଏନା ଗାଷ୍ଟ୍ରପତି ଇରଫାନ୍ ଅଲ୍ଲୀ ଏହି ମାମଲାରେ ହସ୍ତକ୍ଷେପ କରିଥିଲେ । ଏହାପରେ ଭାରତୀୟ ଟିମ୍ ସମେତ ଇଣ୍ଡିଜ ଖେଳାଳିଙ୍କୁ ଭିସା ମିଳିଥିଲା । ତେଣୁ ଇଣ୍ଡିଜ ବୋର୍ଡ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେଇଛି ।

Leave A Reply

Your email address will not be published.