ଡ୍ରାଗନର ବଢିଲା ଚିନ୍ତା : ଚୀନ୍ ସୀମାରେ ଯୁଦ୍ଧାଭ୍ୟାସ କରିବେ ଭାରତ-ଆମେରିକା

ନୂଆଦିଲ୍ଲୀ ୦୪/୦୮:  ଚୀନକୁ ବଡ କାଉଣ୍ଟର ଦେବ ଭାରତ । ଭାରତ ଓ ଆମେରିକା ସେନା ଅକ୍ଟୋବରରେ ଉତ୍ତରାଖଣ୍ଡର ଓଲୀରେ ଯୁଦ୍ଧାଭ୍ୟାସ କରିବେ । ଏହି ଅଞ୍ଚଳ ଚୀନ ସୀମାଠୁ ମାତ୍ର କେଇ କିମି ଦୂରରେ ରହିଛି । ତେବେ ଏହା ଭାରତ-ଆମେରିକାର ମଧ୍ୟରେ ୧୮ତମ ଯୁଦ୍ଧାଭ୍ୟାସ ହେବ । ପ୍ରତିବର୍ଷ ଏହା ଭାରତ କିମ୍ବା ୟୁଏସରେ ହୋଇଥାଏ । ଗତବର୍ଷ ଏହା ଆମେରିକାରେ ହୋଇଥିଲା । ରିପୋର୍ଟ ଅନୁସାରେ, ଅକ୍ଟୋବର ୧୪ରୁ ୩୧ ମଧ୍ୟରେ ଉଭୟ ଦେଶ ମଧ୍ୟରେ ଏହି ସୈନ୍ୟାଭ୍ୟାସ ଅନୁଷ୍ଠିତ ହେବ । ଏହାଦ୍ୱାରା ଉଭୟ ଦେଶର ସେନା ମଧ୍ୟରେ ରଣନୀତି ଆଦାନ ପ୍ରଦାନ ହେବ । ଗତ କିଛି ଦିନ ଧରି ଉଭୟ ଦେଶର ପ୍ରତିରକ୍ଷା ସମ୍ପର୍କ ମଜବୁତ ହେଉଛି । ୨୦୧୬ରୁ ଆମେରିକା ଭାରତକୁ ମୁଖ୍ୟ ପ୍ରତିରକ୍ଷା ସହଯୋଗୀ ନାମିତ କରିଥିଲା । କିଛି ବର୍ଷ ଧରି ଭାରତ ଆମେରିକାଠୁ ଅନେକ ପ୍ରତିରକ୍ଷା ସାମଗ୍ରୀ କ୍ରୟ କରିଛି । ଏହାସହ ଲେମୋଆ ଚୁକ୍ତି ଅନୁସାରେ ଉଭୟ ପ୍ରତିରକ୍ଷା ମାମଲାରେ ଉଭୟଙ୍କର ସୈନ୍ୟଠିକଣାକୁ ବ୍ୟବହାର କରିପାରିବେ । ୨୦୧୮ରେ କମକାସା ଚୁକ୍ତି ମଧ୍ୟ ଉଭୟଙ୍କର ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା ।

Leave A Reply

Your email address will not be published.