ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୯

ନୂଆଦିଲ୍ଲୀ, ୦୫/୦୮: ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ । ଗୁରୁବାର ବିଳମ୍ବିତ ରାତ୍ର ୧୨ଟା ୩୮ରେ ଆଫଗାନିସ୍ତାନର ବିଭିନ୍ନ ସ୍ଥାନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ବୋଲି ଜଣାପଡିଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।   ନ୍ୟାଶନାଲ ସେଣ୍ଟର ଫର୍ ସିସମୋଲୋଜିର ରିପୋର୍ଟ ଅନୁସାରେ, ଭୂମିକମ୍ପର କେନ୍ଦ୍ରସ୍ଥଳୀ ଥିଲା ଆଫଗାନିସ୍ତାନର ଫୈଜାବାଦ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୯ । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇପାରିନାହିଁ ।

Leave A Reply

Your email address will not be published.