ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଗାଧୋଇବାକୁ ଯାଇ ନିଖୋଜ ଥିଲେ

ମୋହନା ୫।୮: ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ଅଗ୍ନିଶମ ବାହିନୀ ଦ୍ବାରା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଗଜପତି ଜିଲ୍ଲା ମୋହନା ଥାନା କlମ୍ପଗୁଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଯୁବକ ହେଲେ ପଥରଗଡ ଗାଁର ଲାବନ୍ୟ କାର୍ଜୀ । ସୂଚନାଯୋଗ୍ୟ ଯେ, ଗୁରୁବାର କlମ୍ପଗୁଡା ଗାଁର ଜଣେ ବ୍ୟକ୍ତିଙ୍କ ଘର ଛପର କରିବାକୁ ଯାଇଥିଲେ ଲାବନ୍ୟ । ଘର ଛପର ପରେ ସନ୍ଧ୍ୟାରେ ପୋଖରୀକୁ ଗାଧୋଇବାକୁ ଯାଇ ସେ ବୁଡି ଯାଇଥିଲେ । ଗାଁ ଲୋକେ ବହୁ ଖୋଜାଖୋଜି କରିବା ସହ ମୋହନା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଶୁକ୍ରବାର ପୋଖରୀରୁ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ମୋହନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.