କୁକୁଡ଼ା ଫାର୍ମ ନିକଟରୁ ମୃତଦେହ ଉଦ୍ଧାର, ହତ୍ୟା ପରେ ଫୋପାଡିଦେଇଥିବା ଅଭିଯୋଗ

ଆଠଗଡ଼ ୦୫/୦୮: ଆଠଗଡ଼ ଥାନା ଅନ୍ତର୍ଗତ କନ୍ଦରପୁର ଟାଙ୍ଗୀ ସାହିରେ ଅଭାବନୀୟ ଘଟଣା । କୁକୁଡ଼ା ଚୋରିକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ଅଭିଯୋଗ । କୁକୁଡ଼ା ଫାର୍ମ ପାଖରୁ ସନ୍ଧେହ ଜନକ ଭାବେ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଲେ କନ୍ଦରପୁର ଗାଁର ଗଣେଶ ସାମଲ । ଖବର ପାଇଁ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଛି । ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗିରହିଛି । ଘଟଣା ସ୍ଥଳରେ ଆଠଗଡ଼ sdpo ଙ୍କ ସହିତ ଆଠଗଡ଼ ପୋଲିସ୍ ସହିତ ଏକ ପ୍ଲାଟୁନ୍ ଫୋର୍ସ ମୁତୟନ ।

Leave A Reply

Your email address will not be published.