ପିକଅପ୍ ଭ୍ୟାନ୍‌ରୁ ୧୦ କ୍ବିଣ୍ଟାଲ ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ

ମାଥିଲି ୫।୮: ମାଲକାନଗିରି ଜିଲ୍ଲା ମାଥିଲି ପୋଲିସକୁ ବଡ଼ ସଫଳତା । ୧୦ କ୍ବିଣ୍ଟାଲ ଗଞ୍ଜେଇ ସହ ୩ ଜଣଙ୍କୁ ଗିରଫ କରିଛି ମାଥିଲି ପୋଲିସ । ଗିରଫ ଗଞ୍ଜେଇ ଚାଲାଣକାରୀକୁ କୋର୍ଟ ଚାଲାଣ କରାଯାଇଛି । ସୂଚନାଯୋଗ୍ୟ ଯେ, ଗୁରୁବାର ମଧ୍ୟରାତ୍ରିରେ ପାଟ୍ରୋଲିଂ ସମୟରେ ଏକ ପିକଅପ୍ ଭ୍ୟାନ୍ ଆସୁଥିବା ଦେଖି ସପ୍ତଧରା ନିକଟରେ ପଚରାଉଚରା ସହ ଚେକିଂ କରିଥିଲା ପୋଲିସ । ଏହି ସମୟରେ ୧୦ କ୍ବିଣ୍ଟାଲ ୨୪ କେଜି ଗଞ୍ଜେଇ ସହ ଦୁଇଟି ମୋଟର ସାଇକେଲ ଜବତ କରିଛି ମାଥିଲି ପୋଲିସ । ଜବତ ଗଞ୍ଜେଇ ମାଛକୁଣ୍ଡ ନିକଟରୁ ଛତିଶଗଡ଼କୁ ଚାଲାଣ ହେଉଥିବା ଜଣାପଡିଛି । ତେବେ ଗିରଫ ସମସ୍ତ ଅଭିଯୁକ୍ତ ବୈପାରୀଗୁଡା, କୁନ୍ଦୁରା ଓ ଜୟପୁରର ବୋଲି ଜଣାପଡିଛି । ଗଞ୍ଜେଇ ଧରିବାରେ ମାଥିଲି ପୋଲିସ ଜିଲ୍ଲାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.