ଏମିତି ଆମ ତହସିଲ କର୍ମଚାରୀ, ଅନଲାଇନରେ ମାଲିକ ଜଣେ ତ ଅଫଲାଇନ ରେକର୍ଡରେ ମାଲିକ ଅନ୍ୟ କେହି

ଭଦ୍ରକ ୦୫/୦୮: ଜଣ ସାଧାରଣଙ୍କ କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ପାଇଁ ସରକାର ଯଥା ସାଧ୍ୟ ଉଦ୍ୟମ କରୁଛନ୍ତି । ବିଭିନ୍ନ ସମୟରେ ନୂଆ ନୂଆ ଯୋଜନା ସହ ଶୀଘ୍ର କାର୍ଯ୍ୟ ସମ୍ପନ୍ନ ପାଇଁ ନୂଆ ଟେକ୍ନୋଲୋଜି ମଧ୍ୟ ଅପଣାଉଛନ୍ତି । ତହସିଲ ମାନଙ୍କରେ ଲୋକଙ୍କୁ କେମିତି ଶୀଘ୍ର ଜମି ପଟା ମିଳିବ । କେମିତି ପଊଟି କଟିବ ଓ ସାଧାରଣ ଲୋକଙ୍କୁ ଅଫିସ ଦୌଡିବା ପାଇଁ ପଡିବ ସେନେଇ ଅନଲାଇନ ବ୍ୟବସ୍ଥା ମଧ୍ୟ ଆରମ୍ଭ ହୋଇଛି । କିନ୍ତୁ ଯଦି ସରକାରୀ ବାବୁ ମାନେ କାମରେ ହେଳା କରିବେ । ତାହେଲେ ହିତାଧିକାରୀ ତ ହଇରାଣରେ ପଡିବେ । ହେଲେ ଭଦ୍ରକ ତହସିଲରେ ଚିତ୍ର କିନ୍ତୁ ଓଲଟା । କାରଣ ଏଠି ଜମି ମାଲିକ ବୋଲି ଅନଲାଇନରେ ରେକର୍ଡ କହୁଥିବା ବେଳେ ଅଫଲାଇନରେ କିନ୍ତୁ ମାଲିକ ଆଉ କିଏ ବୋଲି ଜଣାପଡୁଛି । ତେବେ ଘଟଣାକୁ ନେଇ ତହସିଲଦାର କହିଛନ୍ତି ଯେ ସମାଧାନ ହେଉଛି । କିନ୍ତୁ ଗଣମାଧ୍ୟମ କୁ କହିବା ନେଇ ଆମକୁ ବାରଣ ହୋଇଛି । ଭଦ୍ରକ ଜିଲ୍ଲାପାଳ କହିଛନ୍ତି ଏ ଘଟଣା ନଜର କୁ ଆସିଛି । ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯିବ ଯେ କେମିତି ଠିକ ଠାକ କାମ ହେବ ।

Leave A Reply

Your email address will not be published.