ସମ୍ବଲପୁର ୫।୮: ସମ୍ବଲପୁରରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଫରେଷ୍ଟ ଗାର୍ଡଙ୍କୁ ନିର୍ଦ୍ଧୁମ ଛେଚିଲେ ଲୋକେ | ଫରେଷ୍ଟ ଗାର୍ଡଙ୍କୁ ସ୍ଥାନୀୟ ଲୋକେ ନିର୍ଧୁମ ଛେଚିବା ସହ ପୋଲିସର ଜିମା ଦେଇଛନ୍ତି | ଯାହାର ଭିଡିଓ ଏବେ ଭାଇରାଲ ହୋଇଛି | ସୂଚନାଯୋଗ୍ୟ ଯେ, ସମ୍ବଲପୁର ଖେତରାଜପୁର ଏଫସିଆଇ ସମ୍ମୁଖ ଦେଇ ଜଣେ ଯୁବତୀ ଯାଉଥିବା ବେଳେ ବଲବସପୁରର ଫରେଷ୍ଟ ଗାର୍ଡ ଆଶିଷ ସାହୁ ତାଙ୍କୁ ଅଟକାଇ ପ୍ରଥମେ କମେଣ୍ଟ ଓ ଅସଦାଚରଣ କରିଥିଲେ । ତେବେ ଯୁବତୀ ଏହାକୁ ବିରୋଧ କରିଥିଲେ । ଫଳରେ ସ୍ଥାନୀୟ ଲୋକେ ଫରେଷ୍ଟ ଗାର୍ଡଙ୍କୁ କାବୁ କରିବା ସହ ଉତ୍ତମ ମଧ୍ୟମ ଦେଇଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି ।