ରେପୋ ରେଟ୍ ବଢାଇଲେ ରିଜର୍ଭ ବ୍ୟାଙ୍କ, ଲୋନ୍ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ ୦୫।୦୮ : ଭାରତୀୟ ରିଜର୍ଭ ବ୍ୟାଙ୍କର ମୌଦ୍ରିକ ନୀତି ବୈଠକ ଶେଷ ହୋଇଛି । ବୁଧବାରଠୁ ଚାଲିଥିବା ଏହି ବୈଠକର ଶେଷ ଦିନରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ନୂଆ ରେପୋ ରେଟ୍ ଜାରି କରିଛନ୍ତି । ଚଳିତ ଥର ରେପୋ ରେଟ୍ ୦.୫୦ ପ୍ରତିଶତ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି । ଫଳରେ ରେପୋ ରେଟ୍ ୪.୯୦ରୁ ବୃଦ୍ଧି ପାଇ ୫.୪୦ରେ ପହଁଚିଛି । ଏପରି ଭାବେ ଗତ ୪ ମାସରେ ରେପୋ ରେଟ୍ ୧.୪୦ ପ୍ରତିଶତ ବଢିଛି । ଏହାର ପ୍ରଭାବ ବିଭିନ୍ନ ଲୋନ୍ ଉପରେ ପଡିବ ।

Leave A Reply

Your email address will not be published.