ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଓଡିଶା ଫେରିଲେ ବାଚସ୍ପତି ଓ ବିଧାୟକ ଟିମ୍

ଭୁବନେଶ୍ବର ୫।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ବାଚସ୍ପତି ଓ ବିଧାୟକ ଟିମ୍ ଓଡିଶା ଫେରିଛନ୍ତି । ଓଡିଶା ଫେରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ସେ କହିଛନ୍ତି, ବୁଧବାର ଦିନ ୧୧ଟା ୩୦ମିନିଟ୍ରେ ରାଷ୍ଟ୍ରପତିଙ୍କ ସହ ଆମର ସାକ୍ଷାତ ହୋଇଥିବା । ଆମମାନଙ୍କୁ ସେ ତାଙ୍କର ଆତିଥ୍ୟ ପ୍ରଦାନ କରିଥିଲେ । ଏହା ସହିତ ଓଡିଶାବାସୀଙ୍କର ତାଙ୍କ ପ୍ରତି ଯେଉଁ ସମର୍ଥନ ରହିଛି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଯେଉଁ ସମର୍ଥନ ରହିଛି ସେଥିପାଇଁ ସେ କୃତଜ୍ଞତା ଜଣାଇଲେ । ଆଗାମୀ ଦିନରେ ଓଡ଼ିଶାର ବିକାଶ ପାଇଁ ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ସେ ନିଶ୍ଚିତ ଭାବରେ ଓଡିଶାକୁ ସହଯୋଗ କରିବେ ବୋଲି ଭରସା ଦେଇଛନ୍ତି ।

Leave A Reply

Your email address will not be published.