ପାରାଦୀପ ପୋର୍ଟ ଟ୍ରଷ୍ଟରେ ଲାଞ୍ଚ କାରବାର ମାମଲା, ୪ ଜଣଙ୍କୁ ବାନ୍ଧିଲା CBI

ଭୁବନେଶ୍ୱର ୦୫/୦୮: ଶିଳ୍ପପତି ମହିମା ମିଶ୍ରଙ୍କୁ CBI ଜେରା ପ୍ରସଙ୍ଗରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଫରୱାର୍ଡ କଲା CBI । OSLର ଠିକା କର୍ମଚାରୀ ସୁମନ୍ତ ରାଉତ, ପାରାଦୀପ ପୋର୍ଟର ଚିଫ ମେକାନିକାଲ ଇଂଜିନିୟର ସରୋଜ ଦାସଙ୍କ ସମେତ ଆଉ ଦୁଇ ଜଣକୁ ଗିରଫ କରିଛି CBI । ଗତକାଲି ରାତିରେ ଏହି ୩ ଜଣକୁ CBI କାର୍ଯ୍ୟାଳୟ ଅଟକ ରଖି ପଚରା ଉଚୁରା କରୁଥିଲା CBI । ୪ ଜଣଙ୍କ ଗିରଫ ପରେ ବି ମହିମା ମିଶ୍ରଙ୍କୁ ପଚରା ଉଚୁରା କରିଛି CBI । ଆଜି CBI ଅଫିସରେ ହାଜର ହୋଇଥିଲେ ଶିଳ୍ପପତି ମହିମା ମିଶ୍ର । ହାଜର ହେବା ପରେ ପ୍ରତିକ୍ରିୟା ରଖିଥିଲେ ଓ କହିଥିଲେ ଆଇନ ଉପରେ ମୋର ସଂପୂର୍ଣ୍ଣ ଭରସା ଅଛି । ତଦନ୍ତ ପ୍ରକ୍ରିୟାରେ ମୁଁ ସଂପୂର୍ଣ୍ଣ ସହଯୋଗ କରିବି ବୋଲି ସେ କହିଥିଲେ । ସୂଚନା ଥାଉକି, ଗତକାଲି ମହିମା ମିଶ୍ରଙ୍କ ବାସଭବନରେ ରେଡ କରିଥିଲା CBI । କଟକ ଓ ପାରଦୀପର ବିଭିନ୍ନ ସାଥନରେ ରେଡ ହୋଇଥିଲା । ଏପରିକି କଟକ ଲିଙ୍କରୋଡରେ ଥିବା OSL କାର୍ଯ୍ୟାଳୟରେ ଚଢାଉ ହୋଇଥିଲା । ସେହିଭଳି କଟକରେ ଥିବା ବଡପୁଅଙ୍କ ବାସଭବନରେ ରେଡ କରିଥିଲା ସିବିଆଇ । ସେହିଭଳି ମହିମା ମିଶ୍ରଙ୍କ ଲିଙ୍କ ନେଇ ୧୫ ଟି ସ୍ଥାନରେ ରେଡ୍ କରିଛି ସିବିଆଇ ।

Leave A Reply

Your email address will not be published.