ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବା ପ୍ରସଙ୍ଗରେ ନୋଟିସ୍ ମିଳିବା ପରେ ଜବାବ ରଖିଲେ ବିଧାୟକ ମହମ୍ମଦ ମୋକିମ୍

ଭୁବନେଶ୍ବର ୫।୮: ଦଳୀୟ ନିର୍ଦ୍ଦେଶ ନମାନି ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେବା ପ୍ରସଙ୍ଗରେ ନୋଟିସ୍ ପାଇବା ପରେ ଜବାବ ରଖିଛନ୍ତି ବିଧାୟକ ମହମ୍ମଦ ମୋକିମ୍ । ସେ କହିଛନ୍ତି, ଦଳୀୟ ଫୋରମରେ ଜବାବ ରଖିଛି । କ’ଣ ଲେଖିଛି ଏବେ ସ୍ପଷ୍ଟ କରିପାରିବି ନାହିଁ । ମୋକିମଙ୍କ ଜବାବ ପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି ଉତ୍ତର ମିଳିଛି ହେଲେ ମୁଁ ତାକୁ ପଢିନାହିଁ । ଏହା ଆମ ଦଳର ଆଭ୍ୟନ୍ତରୀଣ ବ୍ୟାପାର । ମୋକିମ୍ ନିଜ ଉତ୍ତରରେ କ’ଣ କହିଛନ୍ତି ପଢିବା ପରେ କ’ଣ ପଦକ୍ଷେପ ନିଆଯିବ ତାହା କହିବି ବୋଲି ସେ କହିଛନ୍ତି । ସେପଟେ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ମୋକିମଙ୍କ ଉତ୍ତର ବିଷୟରେ ହାଇକମାଣ୍ଡଙ୍କୁ ଜଣାଯିବ ।

Leave A Reply

Your email address will not be published.