ସହଜ ହେବ ଭୋଟର ତାଲିକା ପ୍ରସ୍ତୁତି, ପଞ୍ଜୀକରଣ ପାଇଁ ବଦଳିଲା ସମୟସୀମା

ଭୁବନେଶ୍ୱର ୦୫/୦୮: ଏଣିକି ୧୮ନୁହେଁ ୧୭ ବର୍ଷରୁ ବି ଭୋଟର ତାଲିକାରେ ପଞ୍ଜିକରଣ ପାଇଁ ଆବେଦନ କରିପାରିବେ । ଏହା ସହ ଭୋଟର ପରିଚୟ ପତ୍ର ସହ ଆଧାର କାର୍ଡ ସଂଯୋଗକୁ ବାଧ୍ୟତାମୂଳକ କରାଯାଇଛି । ବର୍ଷକୁ ଥରେ ବଦଳରେ ୪ ଥର ଭୋଟ ତାଲିକାରେ ନାମ ଲେଖିବାକୁ ସୁଯୋଗ ମିଳିବ । ୧ ଜାନୁୟାରୀ, ୧ ଏପ୍ରିଲ, ୧ ଜୁଲାଇ ଏବଂ ୧ ଅକ୍ଟୋବର ମାସରେ ୧୮ବର୍ଷ ପୁରିଥିଲେ ଭୋଟର ତାଲିକାରେ ନାମ ସାମିଲ ପାଇଁ ଆବେଦନ କରିପାରିବେ । ୨୦୨୩ ପାଇଁ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଛି । ନିର୍ବାଚନ କମିଶନଙ୍କ ଦ୍ୱାରା ପରିବର୍ତ୍ତିତ ଗାଇଡଲାଇନ ଆଧାରରେ ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟାକୁ ସହଜ ଓ ସରଳ କରିବା ପାଇଁ ଡିଜିଟାଲ ବା ଅନଲାଇନ ଉପରେ ଅଧିକ ଫୋକସ ଦିଆଯାଉଛି ।

Leave A Reply

Your email address will not be published.