‘ଏକନାଥ ସିନ୍ଦେଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ’ : ମୁଖପତ୍ର ସାମନାରେ ଟାର୍ଗେଟ୍ କଲା ଶିବସେନା

ନୂଆଦିଲ୍ଲୀ ୦୬/୦୮: ସାମନାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଟାର୍ଗେଟ୍ । ଶିବସେନା ନିଜର ମୁଖପତ୍ର ସାମ୍ନାରେ ସିନ୍ଦେ ଓ ଅନ୍ୟ ବିଦ୍ରୋହୀ ବିଧାୟକଙ୍କୁ ସମାଲୋଚନା କରିଛି । ସାମନା ସମ୍ପାଦକୀୟରେ କୁହାଯାଇଛି ଯେ, ଗତ ଦୁଇ ମାସରେ ରାଜ୍ୟର ସ୍ୱାସ୍ଥ୍ୟ ଖରାପ କରିଥିବା ବ୍ୟକ୍ତି ନିଜେ ଅସୁସ୍ଥ । ସର୍ବୋଚ୍ଚ ନ୍ୟାୟାଳୟରେ ରାଜ୍ୟ ସରକାରଙ୍କୁ ନେଇ କିଛି ଚାଲିଛି ତେଣୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ । ଆହୁରି ମଧ୍ୟ ସମ୍ପାଦକୀୟରେ ଲେଖାଯାଇଛି ଯେ, ସିନ୍ଦେଙ୍କ ମାନସିକ ସ୍ଥିତି ଠିକ୍ ନାହିଁ । କିଛି ଦିନ ପରେ ସେ ନିଜକୁ ଗ୍ୱାଲିଅରର ରାଜା ଘୋଷଣା କରିଦେବେ । ଏବେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସ ଏକା ଦିଲ୍ଲୀ ଗସ୍ତ କରୁଛନ୍ତି । କାରଣ ସିନ୍ଦେଙ୍କୁ ଦିଲ୍ଲୀର ପାଣି ପବନ ଖାପ ଖୁଆଉ ନାହିଁ ।

Leave A Reply

Your email address will not be published.