ସଞ୍ଜୟ ଲୀଲା ଭନସାଲୀଙ୍କ ଅଫିସ୍‌ ବାହାରେ ନଜର ଆସିଲେ ଆଲିଆ, ପୁଣି କରିବେ ଧମାଲ !

ମୁମ୍ବାଇ ୦୬।୦୮: ଆଲିଆ ଭଟ୍ଟଙ୍କ ନାମ ଏବେ ଚର୍ଚ୍ଚାରେ । ଅଭିନେତ୍ରୀ ତାଲିକାର ଶୀର୍ଷରେ ରହିଛି ତାଙ୍କ ନାଁ । ତାଙ୍କ ଦମ୍‌ଦାର ଅଭିନୟ ପାଇଁ ସମସ୍ତଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ନିକଟରେ ଆଲିଆ ଭଟ୍ଟ ଫିଲ୍ମ ‘ଡାର୍ଲିଙ୍ଗ୍ସ’ ପାଇଁ ଆଲୋଚନାରେ ପାଲଟିଛନ୍ତି। ହେଲେ ବର୍ତ୍ତମାନ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ସଞ୍ଜୟ ଲୀଲା ଭନସାଲୀଙ୍କ କାର୍ଯ୍ୟାଳୟ ବାହାରେ ନଜର ଆସିଛନ୍ତି। ଏହି ଭିଡିଓକୁ ଭାଇରାଲ ଭାୟାନି ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଯେଉଁଥିରେ ଆଲିଆ ହଳଦିଆ ରଙ୍ଗର ସୁଟ୍‌ରେ ସହ ସେ ମାସ୍କ ପିନ୍ଧିଛନ୍ତି ଏବଂ କେଶ ବାନ୍ଧିଛନ୍ତି । ଆଲିଆ ତାଙ୍କ କାରରୁ ଓହ୍ଲାଇ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀଙ୍କ କାର୍ଯ୍ୟାଳୟକୁ ଲିଫ୍ଟରେ ଯାଉଛନ୍ତି। ଏହି ଭିଡିଓଟି ପାପାରାଜି ଦ୍ୱାରା ସେମାନଙ୍କ କ୍ୟାମେରାରେ କଏଦ ହୋଇଥିଲା ଯାହା ବର୍ତ୍ତମାନ ଇଣ୍ଟରନେଟରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ସେମାନେ ଏକାଠି ବଡ ଧମାଲ୍‌ କରିବେ । ଆଲିଆ ଏବଂ ରଣବୀର ପ୍ରାୟ ପାଞ୍ଚ ବର୍ଷ ପରସ୍ପରକୁ ଡେଟ କରିବା ପରେ ବିବାହ କରିଥିଲେ। ଏହି ଦମ୍ପତି ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି। ଅନ୍ୟପକ୍ଷରେ ଆଲିଆ ଏବଂ ରଣବୀର ଖୁବ ଶୀଘ୍ର ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ।

Leave A Reply

Your email address will not be published.