ତାଇଓ୍ୱାନକୁ ବଡ ଝଟକା, ମିସାଇଲ୍ ଡେଭଲପମେଣ୍ଟ୍ ଅଧିକାରୀଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ ୦୬/୦୮: ଚୀନ ଓ ତାଇଓ୍ୱାନ ମଧ୍ୟରେ ସଙ୍କଟ ଘନେଇବାରେ ଲାଗିଛି । ଏହାମଧ୍ୟରେ ତାଇଓ୍ୱାନକୁ ଏକ ବଡ ଝଟକା ଲାଗିଛି । ତାଇଓ୍ୱାନର ମିସାଇଲ ଡେଭଲପମେଣ୍ଟ ମୁଖ୍ୟ ଅଧିକାରୀଙ୍କ ମୃତଦେହ ଏକ ହୋଟେଲରୁ ଚିହ୍ନଟ ହୋଇଛି । ତେବେ ସେ କେଉଁ କାରଣରୁ ମୃତ୍ୟୁବରଣ କରିଛନ୍ତି ତାହା ସ୍ପଷ୍ଟ ହୋଇପାରି ନାହିଁ । କିନ୍ତୁ ତାଙ୍କର ମୃତ୍ୟୁ ସେହି ସମୟରେ ହୋଇଛି ଯେତେବେଳେ ଚୀନ ଲଗାତର ଭାବେ ତାଇଓ୍ୱାନକୁ ଘେରିବାରେ ଲାଗିଛି । ସୀମାରେ ସମରାଭ୍ୟାସ ମଧ୍ୟ କରୁଛି । ସେପଟେ ତାଇଓ୍ୱାନ ପ୍ରତିରକ୍ଷା ମନ୍ତ୍ରାଳୟର ବଡ ବୟାନ ସାମ୍ନାକୁ ଆସିଛି । ବୟାନରେ କୁହାଯାଇଛି ଯେ, ଚୀନ ଲଗାତର ଭାବେ ମୁଖ୍ୟ ଦ୍ୱୀପ ଉପରେ ଆକ୍ରମଣ ପାଇଁ ଚେଷ୍ଟା କରୁଛି । ଚୀନ ତରଫରୁ ଅନେକ ମିସାଇଲ ମାଡ ହୋଇଛି । ପ୍ରତିରକ୍ଷା ମନ୍ତ୍ରାଳୟ ଆହୁରି କହିଛି ଯେ, ଚୀନର ଫାଇଟାର ଜେଟ୍ ତାଇଓ୍ୱାନର ଆକାଶ ସୀମୀକୁ ଅତିକ୍ରମ କରୁଛି । ଲଗାତର ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି । ସୂଚନାଯୋଗ୍ୟ, ଆମେରିକା ସ୍ପିକର ନାନ୍ସୀ ପେଲୋସୀ ତାଇଓ୍ୱାନ ଗସ୍ତ କରିବା ପରେ ଚୀନ୍ ଉତକ୍ଷିପ୍ତ ହୋଇଯାଇଛି  । ଚୀନ ସୀମାବର୍ତ୍ତି ଅଞ୍ଚଳରେ ସମରାଭ୍ୟାସ ଆରମ୍ଭ କରିଛି । ଏହାସହ ନାନ୍ସୀଙ୍କ ଗସ୍ତକୁ ଡ୍ରାଗନ୍ କଡା ବିରୋଧ କରିଛି ।  

Leave A Reply

Your email address will not be published.