ଶୌଚ ପାଇଁ ଯାଉଥିଲେ, ମଦ୍ୟପ ଯୁବକଙ୍କ ଗାଡି ଧକ୍କାରେ ଚାଲିଗଲା ଜୀବନ

ଭୁବନ ୦୯।୦୮: ମଦ୍ୟପ ଯୁବକଙ୍କ ଗାଡି ଧକାରେ ଚାଲିଗଲା ଜଣଙ୍କର ଜୀବନ । ମୃତକଙ୍କ ନାମ ବିଦ୍ୟାଧର ନାୟକ ବୋଲି ଜଣାପଡିଛି । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ପୁରୁଷୋତ୍ତମପୁର ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ବିଦ୍ୟାଧର ସୋମବାର ରାତି ୯ ଘଟିକା ସମୟରେ ଶୌଚ ପାଇଁ ରାସ୍ତା ପାର ହୋଇ ଯାଉଥିଲେ । ଠିକ ଏହି ସମୟରେ ଦୁଇ ମଦ୍ୟପ ଯୁବକ ତାଙ୍କୁ ଗାଡିରେ ଧକା ଦେଇଥିଲେ । ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ମଦ୍ୟପ ଯୁବକକୁ କାବୁ କରି ଗୁରୁତର ବିଦ୍ୟାଧରଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ବିଦ୍ୟାଧରଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପିରିକି ଦୁଇ ମଦ୍ୟପ ଯୁବକଙ୍କୁ ଅଟକ ରଖିଛି ।

Leave A Reply

Your email address will not be published.