ମହାରାଷ୍ଟ୍ର କ୍ୟାବିନେଟକୁ ନେଇ କେଁ : ସିନ୍ଦେଙ୍କ ଦୁଇ ନୂଆ ମନ୍ତ୍ରୀଙ୍କୁ ବିଜେପିର ବିରୋଧ

ନୂଆଦିଲ୍ଲୀ, ୧୧|୦୮: ମହାରାଷ୍ଟ୍ର କ୍ୟାବିନେଟର ବିସ୍ତାର ହୋଇଛି । ୧୮ ଜଣ ମନ୍ତ୍ରୀ ଭାବେ ନେଇଛନ୍ତି । ତେବେ ଏହାକୁ ନେଇ ଆରମ୍ଭ ହୋଇଯାଇଛି କନ୍ଦଳ । ବିଜେପି ଓ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଥିବା କୁହାଯାଉଛି । ସୂତ୍ରାନୁସାରେ, କନ୍ଦଳର ମୁଖ୍ୟ କାରଣ ହେଲେ ସଞ୍ଜୟ ରାଥୋର ଓ ଅବ୍ଦୁଲ ସତାର । ଉଭୟ ସିନ୍ଦେଙ୍କ କ୍ୟାମ୍ପର ଥିବା ବେଳେ କ୍ୟାବିନେଟରେ ସ୍ଥାନ ପାଇଛନ୍ତି । ଯାହା ପାଇଁ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବିବାଦ ବଢିଛି । କାରଣ ସଞ୍ଜୟ ଓ ଅବ୍ଦୁଲ ପୂର୍ବରୁ ମନ୍ତ୍ରୀ ଥିଲେ । ସେମାନେ ବିଭିନ୍ନ ବିବାଦ ଓ ଦୁର୍ନୀତିରେ ଛନ୍ଦି ହୋଇ ରହିଛନ୍ତି । କାରଣ ସିନ୍ଦେ ଗୋଷ୍ଠୀଙ୍କୁ ମନ୍ତ୍ରୀ ଚୟନ ପାଇଁ ୪୦ ଦିନର ସମୟ ମିଳିଥିଲା । ଦୁଇ ଥର ବୈଠକ ମଧ୍ୟ ବସିଥିଲା । ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବା ପାଇଁ ବଡ ଦାବିଦାର ଥିଲେ ସଞ୍ଜୟ ସିରସତ୍ । ତାଙ୍କୁ ଶେଷ ସମୟରେ ବାଦ୍ ଦିଆଯାଇଥିଲା । ତାଙ୍କ ସ୍ଥାନରେ ଅବ୍ଦୁଲଙ୍କୁ ଟିମରେ ନେଇଥିଲେ ସିନ୍ଦେ । କାରଣ କୁହାଯାଉଛି ଯେ, ଅବ୍ଦୁଲ ସିନ୍ଦେଙ୍କୁ ଧମକ ଦେଇଥିଲେ । ମନ୍ତ୍ରୀପଦ ନମିଳିଲେ କଡା କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଥିଲେ । ଏପରିକି ତାଙ୍କ ବିରୋଧରେ ମିଛ ମାମଲା ଅଛି ବୋଲି ସେ ପ୍ରକାଶ କରିଥିଲେ ।

Leave A Reply

Your email address will not be published.