ୟୁକ୍ରେନ ବିରୋଧରେ ଯୁଦ୍ଧ ଲଢିବେ ଋଷ କଏଦୀ, ବଦଳରେ ଜେଲରୁ ମିଳିବ ମୁକ୍ତି : ପୁଟିନଙ୍କ ଅଫରକୁ ନେଇ ଚର୍ଚ୍ଚା

ମସ୍କୋ,୧3|୮: ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌  ପୁଟିନ୍‌ ଏବେ ଦେଶର ବିଭିନ୍ନ ଜେଲ୍‌ରେ ବନ୍ଦୀ ଥିବା  କଏଦୀଙ୍କୁ ଏକ ବିଶେଷ ଅଫର ଦେଇଛନ୍ତି । କହିଛନ୍ତି,  ୟୁକ୍ରେନ୍‌ରେ ଜାରି ରହିଥିବା ଯୁଦ୍ଧରେ ସାମିଲ ହୁଅ । ଦେଶ  ପାଇଁ ଲଢ଼ । ସେଠାରେ ୟୁକ୍ରେନୀୟ ସୈନ୍ୟ ବିରୋଧରେ  ଲଢ଼ିଲେ ଜେଲରୁ ସବୁଦିନ ପାଇଁ ମୁକ୍ତି ମିଳିବ । ପୁଟିନ୍‌ଙ୍କ ଏଭଳି ଅଫରରେ ଆଜୀବନ ସଜା  କାଟୁଥିବା କଏଦୀମାନେ ଆକୃଷ୍ଟ ହୋଇଛନ୍ତି । ୧୦ ବର୍ଷ  ଓ ତଦୂଦ୍ଧ୍ୱର୍ ଜେଲ ଦଣ୍ଡାଦେଶ ପାଇଥିବା କଏଦୀମାନେ  ମଧ୍ୟ ଏଥିପାଇଁ ମନ ବଳାଇଛନ୍ତି । ଏବେ କଏଦୀ ଓ  ସେମାନଙ୍କ ପରିବାର ଲୋକଙ୍କ ମଧ୍ୟରେ ଫୋନ୍‌ରେ  ବିଚାରବିମର୍ଶ ହେଉଛି । ରାଷ୍ଟ୍ରପତି ପୁଟିନ୍‌ଙ୍କ ଏହି  ଅଫରକୁ ଗ୍ରହଣ କରିବେ କି ନାହିଁ ତାହା ଉପରେ  ଆଲୋଚନା ହେଉଛି । କିଛି କଏଦୀ ଏହି ଅଫର୍‌କୁ  ଗ୍ରହଣ ବି କରିନେଇଛନ୍ତି । ୟୁକ୍ରେନ୍‌ରେ ଚଳିତବର୍ଷ  ଫେବ୍ରୁଆରୀ ୨୪ରୁ ରୁଷ ଯୁଦ୍ଧ ଜାରି ରଖିଛି । ଏହା  ଥମିବାର ନାଁ ଧରୁନାହିଁ । ଛୋଟ ଦେଶ ହେଲେ ବି  ୟୁକ୍ରେନ୍‌ ଜୋରଦାର ଜବାବ ଦେଉଛି । ଯୁଦ୍ଧ ଆରମ୍ଭରୁ  ଏ ପର୍ଯ୍ୟନ୍ତ ରୁଷ ଏହାର ପ୍ରାୟ ୭୫,୦୦୦ ସୈନ୍ୟ  ହରାଇଥିବା ପାଶ୍ଚାତ୍ୟ ରିପୋର୍ଟରୁ ଜଣାପଡ଼ିଛି । ଏଭଳି  ସ୍ଥିତିରେ କଏଦୀଙ୍କୁ ବ୍ୟବହାର କରିବା ପାଇଁ ପୁଟିନ୍‌  ବାଧ୍ୟ ହୋଇଛନ୍ତି । ଶାରୀରିକ ଦୃଷ୍ଟିରୁ ଫିଟ୍‌ ଥିବା ଯୁବ  ବର୍ଗର କଏଦୀମାନଙ୍କୁ ପ୍ରଥମ ପସନ୍ଦ ଭାବେ ଚୟନ  କରାଯାଇ ଅଫର ଦିଆଯାଉଛି । ଏମିତି କି ଯୁଦ୍ଧ ପାଇଁ  ପାରିଶ୍ରମିକ ଦେବା ଲାଗି ମଧ୍ୟ କୁହାଯାଉଛି ।

Leave A Reply

Your email address will not be published.