୫୩ ବର୍ଷିୟ ହଲିଉଡ୍‌ ଅଭିନେତ୍ରୀ ଏନି ହେଚ୍‌ଙ୍କ ଦେହାନ୍ତ, କାର ଦୁର୍ଘଟଣାର ହୋଇଥିଲେ ଶିକାର

ହଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଏନି ହେଚ୍‌ ଦୁନିଆକୁ ଅଲବିଦା କହିଛନ୍ତି। ମୃତ୍ୟୁ ବେଳକୁ ଏନି ହେଚେଙ୍କୁ ୫୩ ବର୍ଷ ହୋଇଥିଲା । ନିକଟରେ ତାଙ୍କର କୋମାରେ ଯିବାର ଖବର ସାମ୍ନାକୁ ଆସିଥିଲା। କହିବାକୁ ଗଲେ ଅଭିନେତ୍ରୀଙ୍କ କାର ଲସ ଏଞ୍ଜେଲ୍ସର ମାର ଭିସ୍ତା ଅଞ୍ଚଳରେ ଥିବା ଏକ ଜ୍ୱଳନ୍ତ କୋଠା ଭିତରକୁ ପଶି ଯାଇଥିଲା । ଯାହା ଫଳରେ ସେ ବହୁତ ଜଳି ଯାଇଥିଲେ। ଦୁର୍ଘଟଣା ପରେ ତାଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୫ ଅଗଷ୍ଟରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣା ପରେ ମସ୍ତିଷ୍କରେ ଆଘାତ ଲାଗିଥିବାରୁ ଏନି ଡାକ୍ତରଖାନାରେ ଚେତାଶୂନ୍ୟ ଅବସ୍ଥାରେ ଥିଲେ। ଏନିଙ୍କ କର୍ମଚାରୀମାନେ କହିଛନ୍ତି ଯେ ଆନ୍‌ ବଞ୍ଚିବାର କୌଣସି ଆଶା ନାହିଁ । ତାଙ୍କୁ ଲାଇଫ୍‌ ସପୋର୍ଟ ସିସଷ୍ଟମରୁ ହଟାଇ ଦିଆଯିବ। ଏହା ସହିତ ତାଙ୍କର, ଅଙ୍ଗ ଦାନ କରାଯିବ। କାଲିଫର୍ନିଆର ନିୟମ ଅନୁଯାୟୀ ଆନ୍‌ଙ୍କୁ ମୃତ ଘୋଷଣା କରାଯାଇଛି। ଏନି ହେଚେଙ୍କ ଦେହାନ୍ତ ଖବର ଆସିବା ପରେ ମନୋରଞ୍ଜନ ଜଗତ ଶୋକର ଛାୟା ଖେଳି ଯାଇଛି। ପ୍ରିୟଙ୍କା ଚୋପ୍ରା ତାଙ୍କ ପୋଷ୍ଟ ସେୟାର କରି ଆନ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରିୟଙ୍କା ଲେଖିଛନ୍ତି ଯେ ମୁଁ ତୁମ ଭଳି ଜଣେ ବ୍ୟକ୍ତିଙ୍କ ସହ କାମ କରିଥିବାରୁ ମୁଁ ଗର୍ବିତ । ତୁମେ ବହୁତ ସୁନ୍ଦର ବ୍ୟକ୍ତି ଏବଂ ଜଣେ ମହାନ କଳାକାର ଥିଲ। ମୋ ହୃଦୟରେ ତୁମର ଏକ ବିଶେଷ ସ୍ଥାନ ଅଛି ।

Leave A Reply

Your email address will not be published.