ବିବାଦୀୟ ଷ୍ଟାଣ୍ଡ ଅପ୍ କମେଡିଆନ ମୁନାୱର ଫାରୁକୀଙ୍କ କାର୍ଯ୍ୟକ୍ରମ ବାତିଲ, ଦ୍ୱିତୀୟ ଥର ପାଇଁ ବେଙ୍ଗାଲୁରୁ ପ୍ରୋଗ୍ରାମ ରଦ୍ଦ

ବେଙ୍ଗାଲୁରୁ: ଷ୍ଟାଣ୍ଡ ଅପ୍ କମେଡିଆନ ମୁନାୱର ଫାରୁକୀଙ୍କ ଶନିବାର ବେଙ୍ଗାଲୁରୁରେ ହେବାକୁ ଯାଉଥିବା କାର୍ଯ୍ୟକ୍ରମ ରଦ୍ଦ ହୋଇଛି। ସିଟି ପୋଲିସ ଦ୍ୱାରା ଏହି କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଛି। ପୋଲିସର କହିବା କଥା, ଆୟୋଜତମାନେ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକୀୟ ଅନୁମତି ନେଇ ନଥିଲେ। ଦ୍ୱିତୀୟ ଥର ପାଇଁ ବେଙ୍ଗାଲୁରୁରେ ଫାରୁକୀଙ୍କ କାର୍ଯ୍ୟକ୍ରମ ରଦ୍ଦ ହୋଇଛି। ଗତ ବର୍ଷ ନଭେମ୍ୱର ମାସରେ ପ୍ରଥମ ଥର ପାଇଁ ଫାରୁକୀଙ୍କ କାର୍ଯ୍ୟକ୍ରମ ରଦ୍ଦ କରାଯାଇଥିଲା। ଶନିବାର ସେହି ସମାନ ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମର ଆୟୋଜନା କରାଯାଇଥିଲା। ବିବାଦୀୟ ଷ୍ଟାଡ ଅପ କମେଡିଆନ ନୁରାୱର ଫାରୁକୀ ଚଳତ ବର୍ଷ ଆରମ୍ଭରେ ପ୍ରାୟ ଏକ ମାସ ଯାଏଁ ଜେଲରେ ରହିଥିଲେ। ମଧ୍ୟ ପ୍ରଦେଶର ମୁନରୋ କାଫେରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କର ବିବାଦୀୟ ବୟାନକୁ ନେଇ ମାମଲା ରୁଜୁ ହୋଇଥିଲା। କମେଡି ନାଁରେ ଧାର୍ମିକ ଭାବନାକୁ ସେ ଆଘାତ କରିଥିବା ଅବିଯୋଗ ହୋଇଥିଲା।  

Leave A Reply

Your email address will not be published.