ଜିମ୍ବାଓ୍ଵେକୁ ୫ ଓ୍ଵିକେଟ୍‌ରେ ହରାଇଲା ଭାରତ, ସିରିଜରେ ୨-୦ରେ ଅଗ୍ରଣୀ ହାସଲ

ହରାରେ: ଉଭୟ ବୋଲିଂ ଏବଂ ବ୍ୟାଟିଂରେ ନିଜର ଖ୍ୟାତି ମୁତାବକ ପ୍ରଦର୍ଶନ କରି  ହରାରେ ସ୍ପୋର୍ଟ୍ସ କ୍ଲବରେ ଖେଳାଯାଇଥିବା ଦ୍ଵିତୀୟ ଦିନିକିଆରେ ଭ୍ରମଣକାରୀ ଭାରତ ସହଜରେ ଜିମ୍ବାଓ୍ଵେକୁ ପରାସ୍ତ କରିଛି। ଦ୍ଵିତୀୟ ମ୍ୟାଚ୍‌କୁ ୫ ଓ୍ଵିକେଟ୍‌ରେ ଜିତି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ହାତେଇବା ସହ ୨-୦ରେ ଅଗ୍ରଣୀ ହାସଲ କରିଛି ଭାରତ। ଜିମ୍ବାଓ୍ଵେ ଦ୍ଵାରା ନିର୍ଦ୍ଧାରିତ ୧୬୨ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୨୫.୪ ଓଭରରେ ୫ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ସଞ୍ଜୁ ସାମସନ ଅପରାଜିତ ୪୩ ରନ କରି ବିଜୟରେ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି। ବୋଲିଂରେ ଶାର୍ଦ୍ଦୁଳ ଠାକୁର ସର୍ବାଧିକ ୩ ଓ୍ଵିକେଟ୍ ନେଇଛନ୍ତି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଜିମ୍ବାଓ୍ଵେ ୩୮.୧ ଓଭରରେ ୧୬୧ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ସିନ ଓ୍ଵିଲିୟମନ୍ସ ସର୍ବାଧିକ ୪୨ ରନ ଏବଂ ରିୟାନ ବୁର୍ଲ ୩୯ ରନ କରିଥିଲେ। ଭାରତ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ୩୮ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ଲକ୍ଷ୍ୟର ପିଛା କରି ଭାରତ ଦ୍ରୁତ ବ୍ୟାଟିଂ କରି ୨୫.୪ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ହାସଲ କରିଛି। ସଞ୍ଜୁ ସାମସନ ଅପରାଜିତ ୪୩ ରନ କରି ବିଜୟରେ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି। ଶିଖର ଧାଓ୍ଵନ ଏବଂ ଶୁଭମାନ ଗିଲ୍ ପ୍ରତ୍ୟେକ ୩୩ ରନ କରିଛନ୍ତି। ଦୀପକ ହୁଡ୍ଡା ୨୫ ରନ କରିଛନ୍ତି।  

Leave A Reply

Your email address will not be published.