ସାଳକି ନଦୀରେ ବନ୍ୟା; ଘରେ ପଶିଲା ପାଣି, ଚିନ୍ତାରେ ବିଶିପଡ଼ା ଗାଁ ଲୋକ

ଫୁଲବାଣୀ  ୨୦/୦୮: ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ଏବେ ଗାଁଠୁ ସହର ସବୁଠି ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି।  ଜିଲ୍ଲାରେ ଥିବା ବିଭିନ୍ନ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। କେତକ ଗାଁରେ ବନ୍ୟା ପାଣି ପଶିଥିବାରୁ ଲୋକମାନେ ଅନେକ  ଅସୁବିଧାର ସାମ୍ନା କରୁଛନ୍ତି। ଖବର ଅନୁସାରେ, ଫୁଲବାଣୀ ବ୍ଲକ ଅନ୍ତର୍ଗତ ବିଶିପଡ଼l ଗାଁର ହାଟପଦା ସାହି ମୁଖ୍ୟ ରାସ୍ତାରେ ୨ରୁ ୩ ଫୁଟ ଉଚ୍ଚରେ ବର୍ଷା ପାଣି ଚାଲିବା ଫଳରେ  ଅନେକ ଘରେ ମଧ୍ୟ ପାଣି ପଶିଛି l ଲଗାଣ ବର୍ଷାରେ କିଛି ଲୋକଙ୍କ ଘର କାନ୍ଥ ମଧ୍ୟ ଭୁସୁଡ଼ି ପଡ଼ିଛି। ଘର ଭାଙ୍ଗି ଯାଇଥିବ ଲୋକାମାନେ ଅସୁବିଧାରେ ଥିବା ସେମାନେ ରାତି ଉଜାଗର ହେଉଥିବା ଦେଖିବାକୁ ମିଳିଛ। ଲୋକମାନେ ଘରୁ ପାଣି ବାହାର କରିବାରେ ଲାଗିଛନ୍ତି।ଏପଟେ ଘରେ ପାଣି ପଶିବାରୁ ବିଷାକ୍ତ ସାପ ଭୟ ମଧ୍ୟ ରହିଛି l ବର୍ତ୍ତମାନ ସୁଦ୍ଧା ବିଶିପଡ଼ାରେ କୌଣସି ପ୍ରଶାସନିକ ସହୟତା ମିଳିନାହିଁ ବୋଲି ଗାଁ ଲୋକମାନେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.