ବଢିଲା ପୁଣି ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ, ୨୮ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ରହିବେ

ଭୁବନେଶ୍ୱର ୨୪।୦୮: ପୁଣି ବଢିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ । ଆହୁରୀ ୬ ମାସ ବଢିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । କାର୍ଯ୍ୟକାଳ ବୃଦ୍ଧି ପାଇଁ ହୋଇଥିବା ସୁପାରିଶକୁ ମଞ୍ଜୁର କଲେ କେନ୍ଦ୍ର ସରକାର । ୨୮ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟଭାର ସମ୍ଭାଳିବେ ସୁରେଶ ମହାପାତ୍ର । ଖବର ଅନୁଯାୟୀ, ଆସନ୍ତା ମାସରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ସରିବାରେ ଥିଲା । କିନ୍ତୁ ତାଙ୍କ କାର୍ଯ୍ୟକାଳକୁ ଆହୁରି ବଢାଇବାକୁ କେନ୍ଦ୍ରକୁ ସୁପାରିଶ କରିଥିଲେ ରାଜ୍ୟ ସରକାର । ଆଉ ଏବେ ରାଜ୍ୟର ସୁପାରିଶକୁ ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳକୁ ଆଉ ୬ ମାସକୁ ବୃଦ୍ଧି କରିବାକୁ କେନ୍ଦ୍ର ପକ୍ଷରୁ ଅନୁମୋଦନ କରାଯାଇଛି । ୧୯୮୬ ମସିହା ବ୍ୟାଚ ଆଇଏଏସ ଅଧିକାରୀ ସୁରେଶ ମହାପାତ୍ର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରିବା ପରେ ୨୦୨୧ ଜାନୁଆରୀ ପହିଲାରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଇଥିଲେ। ୨୦୨୨ ଫେବ୍ରୁଆରୀ ୨୮ରେ ତାଙ୍କ କାର୍ଯ୍ୟକାଳ ସରୁଥିଲା। ତେବେ ଏହି ସମୟରେ ରାଜ୍ୟ ସରକାର ତାଙ୍କ କାର୍ଯ୍ୟଦକ୍ଷତାର ଅଧିକ ଉପଯୋଗ କରିବା ଲାଗି କାର୍ଯ୍ୟକାଳ ୬ ମାସ ବଢ଼ାଇଥିଲେ। ଏହି କାର୍ଯ୍ୟକାଳ ଅଗଷ୍ଟ ୩୧ରେ ଶେଷ ହେଉଥିଲା। ଏବେ ପୁଣି ସେପ୍ଟେମ୍ବର ପହିଲା ୨୦୨୩ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ସୁରେଶଙ୍କ କାର୍ଯ୍ୟକାଳ ୬ ମାସ ବଢ଼ାଇଛନ୍ତି।

Leave A Reply

Your email address will not be published.