ଆପ୍ ବିଧାୟକମାନଙ୍କୁ କୋଟି କୋଟି ଟଙ୍କା ଲାଞ୍ଚ ଦେଇ ଦଳ ଭାଙ୍ଗିବାକୁ କହୁଛି ବିଜେପି: ମନୀଷ ସିସୋଦିଆ

ନୂଆଦିଲ୍ଲୀ: ପ୍ରଥମେ ମନୀଷ ସିସୋଦିଆଙ୍କୁ କିଣିବାରେ ବିଫଳ ହେବା ପରେ ଏବେ ଆପ୍‌ର ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଛି ବିଜେପି। ପୁଣିଥରେ ଏଭଳି ଅଭିଯୋଗ ଆଣିଛନ୍ତି ଆପ୍ ନେତା ମନୀଷ ସିସୋଦିଆ। ବିଧାୟକମାନଙ୍କୁ କୋଟି କୋଟି ଟଙ୍କା ଲାଞ୍ଚ ଦେଇ ବିଜେପି ସେମାନଙ୍କୁ ଦଳର ଜଏନ୍ କରିବାକୁ କହୁଛି ବୋଲି ମନୀଷ ସିସୋଦିଆ ଅଭିଯୋଗ କରିଛନ୍ତି। ଏନେଇ ସେ ବିଜେପିକୁ ଚେତାବନୀ ଦେଇ କହିଛନ୍ତି ଯେ ଆପ୍‌ର ବିଧାୟକମାନେ କେବେ ବି ଦଳକୁ ଧୋକା ଦେବେନି। ଅଭିଯୋଗ ଅନୁସାରେ, ବିଜେପି ଆପ୍‌ର ବିଧାୟକମାନଙ୍କୁ ଦଳ ଛାଡ଼ି ବିଜେପିରେ ଯୋଗ ଦେବାକୁ ୨୦ କୋଟି ଟଙ୍କା ଲେଖାଏ ଲାଞ୍ଚ ଯାଚିଛି। ଘଟଣା ବିଷୟରେ ସୂଚନା ଦେଇ ମନୀଷ ସିସୋଦିଆ କହିଛନ୍ତି  “ସେମାନେ ମୋତେ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ ହେଲେ ବିଫଳ ହେଲେ। ତେଣୁ ସେମାନେ ବର୍ତ୍ତମାନ ଆମ ବିଧାୟକମାନଙ୍କୁ ୨୦ କୋଟି ଲେଖାଏ ଲାଞ୍ଚ ଦେଖାଇବା ସହ ଇଡି ସିବିଆଇ ଭୟ ଦେଖାଉଛନ୍ତି। ଏବଂ ଷଡ଼ଯନ୍ତ୍ର କରିବା ଆରମ୍ଭ କରିଦେଇଛନ୍ତି। ବିଜେପି ଏଭଳି କାର୍ଯ୍ୟ କରିବାର ଦୂରେଇ ରହିବା ଉଚିତ। ଆମେ ଅରବିନ୍ଦ କେଜରିୱାଲ୍‌ଙ୍କ ଲୋକ ଏବଂ ଭଗତ ସିଂହଙ୍କୁ ଅନୁଗାମୀ। ଆମେ ମରିଯିବୁ ପଛେ ଧୋକା ଦେଇପାରିବୁ ନାହିଁ। ଇଡି ଆଉ ସିବିଆଇ ସେମାନଙ୍କ ସମ୍ମୁଖରେ ମୂଲ୍ୟହୀନ।” ଟ୍ୱିଟ୍ କରି ଏଭଳି ଲେଖିଛନ୍ତି ମନୀଷ ସିସୋଦିଆ।

Leave A Reply

Your email address will not be published.