ଆସୁଛି ‘ମାୟାବୀ’, ଅମ୍ଳାନଙ୍କ ସହ ସ୍କ୍ରିନ୍‌ ସେୟାର କରିବେ ଭୂମିକା

ଭୁବନେଶ୍ଵର ୨୪।୦୮: ଆଜିକାଲି ଖବରକୁ ନେଇ ବେପାର ଜବର । ସତ ନାଁରେ ମତକୁ ପରଷା ଯାଉଛି । ସେ ମତ କେବେ ପ୍ରାୟୋଜିତ ତ ପୁଣି କେବେ ପ୍ରଯୋଜିତ । ନିଜ ପ୍ରାୟୋଜନ ଅନୁସାରେ ରଙ୍ଗ ଦେଇ ମସଲା ମିଶାଇ ଖରବକୁ ନାଟକଠାରୁ ବି ଅଧିକ ନାଟକୀୟ କରି ଦିଆଯାଏ । ତେବେ ସତ ନିଜକୁ ପ୍ରକାଶ କରେ, ନା ପ୍ରକାଶିତ ହୁଏ? କିଏ ସେ ସତର ସୂତ୍ରଧର? ମଣିଷ ନା ମାୟାବୀ? ଏହିଭଳି ଏକ ରୋମାଞ୍ଚକର କାହାଣୀକୁ ଆଧାର କରି ଅନିସ ଏଣ୍ଟରଟେନ୍‌ମେଣ୍ଟ ପ୍ରସ୍ତୁତ କରିଛି ଭିନ୍ନ କାହାଣୀ । ଭିନ୍ନ ଚରିତ୍ରରେ ଆଧାରିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ମାୟାବୀ’ । ଯାହା ପ୍ରେକ୍ଷାଳୟରେ ଦର୍ଶକଙ୍କୁ ମାୟାରେ ପକାଇବ । ସେଥିପାଇଁ ଚିରାଚରିତ ଧାରାରୁ ଦୂରେଇ ଏହିପରି ଏକ ଭିନ୍ନ ଧରଣର କାହାଣୀ ବାଛି ତାକୁ ରୂପ ଦେଇଛି ପ୍ରଯୋଜନା ସଂସ୍ଥା । ଯାହାର ସଫଳତା ନେଇ ପୂରା ଟିମ୍‌ ଆଶାବାଦୀ ରହିଛି । ଚଳଚ୍ଚିତ୍ରଟି ଆସନ୍ତା ୨୬ ତାରିଖରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ । ତପନ କୁମାର ଦାଶ ପ୍ରଯୋଜିତ ଏବଂ ସୁଧାଂଶୁ ମୋହନ ସାହୁ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଛନ୍ତି ଅମ୍ଳାନ ଓ ଭୂମିକା । ଗୋଟିଏ ଦଳିତ ପରିବାରର ଝିଅଟି ମନ୍ଦିରରେ ଦୁଷ୍କର୍ମର ଶିକାର ହେବା ଘଟଣାକୁ ନେଇ କାହାଣୀ ଆଗେଇଛି । ଏଥିରେ ଅମ୍ଳାନ ଜଣେ ନିଷ୍ଠାପର ଯୁବ ସାମ୍ବାଦିକ ପ୍ରକାଶ ଭୂମିକାରେ ଅଭିନୟ କରିଥିବାବେଳେ ତାଙ୍କ ସ୍ତ୍ରୀ ଜ୍ୟୋତିକା ଭୂମିକାରେ ନଜର ଆସୁଛନ୍ତି ଭୂମିକା । ଯିଏକି ଜଣେ ଯୁବ ଆଇପିଏସ୍‌ ଅଧିକାରୀ । ଉଭୟେ ଏହି ଦୁଷ୍କର୍ମ ଘଟଣାକୁ ନେଇ ନ୍ୟାୟର ଲଢ଼େଇରେ ମୁହାଁମୁହିଁ ହେଉଛନ୍ତି । ଏମାନଙ୍କ ସହିତ ଅନ୍ୟାନ୍ୟ ଚରିତ୍ରରେ ଚକ୍ରଧର ଜେନା, କୁନାଲ ପଟ୍ଟନାୟକ, ପ୍ରଶାନ୍ତ ପାତ୍ର, ଦିଲ୍ଲୀପ ଦାଶ, ଅରବିନ୍ଦ ଜେନା, ସ୍ନେହା, ରତନ ମେହେର, ଆଲିଭିୟା ଏବଂ ଏକ ବିଶେଷ ଚରିତ୍ରରେ ବିଶ୍ୱବିଖ୍ୟାତ ଯାଦୁଗର ପିସି ସରକାରଙ୍କ ନାତୁଣୀ ମୌବନୀ ସରକାର ଅଭିନୟ କରିଛନ୍ତି । ସେ ଚଳଚ୍ଚିତ୍ରର ଅନ୍ୟତମ ପ୍ରମୁଖ ଆକର୍ଷଣ । ‘ମାୟାବୀ’ର ସଙ୍ଗୀତ ନିର୍ଦ୍ଦେଶନା ଯଜ୍ଞ ଦାଶ ଦେଇଥିବାବେଳେ ଲିଟୁ ମହାନ୍ତି କ୍ୟାମେରା ପରିଚାଳନା କରିଛନ୍ତି । ନୃତ୍ୟ ସଂଯୋଜନା କରିଛନ୍ତି ଜୟା ବିଶ୍ୱାସ

Leave A Reply

Your email address will not be published.