ସୌମ୍ୟଜିତ୍‌ଙ୍କ ମାନସିକ ସ୍ଥିତି ଠିକ୍ ନାହିଁ, ସେ ପୁରା ଜେରାର ସମ୍ମୁଖୀନ ହୋଇଛନ୍ତି- ଭୁବନେଶ୍ୱର ଡିସିପି

ଭୁବନେଶ୍ୱର ୨୪।୦୮: ଆତ୍ମହତ୍ୟା ଘଟଣା ପରେ ପ୍ରଥମ ଦିନରେ ପୁରୁଷ ବନ୍ଧୁଙ୍କୁ ପଚରାଉଚରା କରାଯାଇଥିଲା । ସମସ୍ତ ପ୍ରଶ୍ନର  ଜେରାର ସମ୍ମୁଖୀନ ହୋଇଛନ୍ତି ସୌମ୍ୟଜିତ୍ ମହାପାତ୍ର ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି ।ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଶ୍ଵେତାଙ୍କ ବାପା ପରିବାର ଲୋକଙ୍କ ପକ୍ଷରୁ ଲିଖିତ ଅଭିଯୋଗ ଆଧାରରେ କେଶ ରୁଜୁ ହୋଇଛି । ସୌମ୍ୟଜିତଙ୍କ ପରିବାର ଲୋକଙ୍କ ସହ କଥା ବାର୍ତ୍ତା ଚାଲିଛି । ସମ୍ପୂର୍ଣ ସହଯୋଗ କରୁଛନ୍ତି । ସୌମ୍ୟ ଜିତଙ୍କ ମାନସିକ ସ୍ଥିତି ଠିକ୍ ନାହିଁ ।  ଯାହାଦ୍ବାରା ସେ ତାଙ୍କ ଘରେ ଅଛନ୍ତି । ଆବଶ୍ୟକ ପଡିଲେ ତାଙ୍କର ସ୍ଥିତି ଭଲ ହେଲେ ତଦନ୍ତ କରାଯିବ । ସେହିପରି ଅନ୍ୟପଟେ ଶ୍ବେତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଶ୍ବାସରୁଦ୍ଧ ଯୋଗୁଁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ବେକ ବ୍ୟତିତ୍ୱ ଶରୀରର ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନ ନାହିଁ । ରିପୋର୍ଟ ଆଧାରରେ ତଦନ୍ତ ହେବ ପୋଲିସ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.