ଆମ ବିଧାୟକଙ୍କୁ ହନିଟ୍ରାପରେ ଫସାଇବାକୁ ଉଦ୍ୟମ ହେଉଛି’ :  ସାଙ୍ଘାତିକ ଅଭିଯୋଗ ଆଣିଲେ ଆପ୍ ବିଧାୟକ

ନୂଆଦିଲ୍ଲୀ, ୨୬|୦୮: ସାଙ୍ଘାତିକ ଅଭିଯୋଗ ଆଣିଲେ ଆମ୍ ଆଦମୀ ପାର୍ଟି ବିଧାୟକ ସୋମନାଥ ଭାରତୀ । ବିଜେପି ବିରୋଧରେ ଲଗାଇଲେ ଗୁରୁତର ଅଭିଯୋଗ । ବିଜେପି ତାଙ୍କ ଦଳର ବିଧାୟକଙ୍କୁ ଟଙ୍କାର ଲୋଭ ଦେଖାଇ ବିଫଳ ହେଲା ପରେ ଏବେ ହନିଟ୍ରାପରେ ଫସାଇବାକୁ ଚେଷ୍ଟା କରୁଛି । ଏନେଇ ସେ ଦିଲ୍ଲୀ ପୋଲିସରେ ଅଭିଯୋଗ ମଧ୍ୟ କରିଛନ୍ତି । ସୂଚନାନୁସାରେ, ମାଲବ୍ୟ ନଗରର ବିଧାୟକ ସୋମନାଥ ଭାରତୀ ଦାବି କରିଛନ୍ତି ଯେ, ବୁଧବାରଠୁ ସେମାନଙ୍କୁ ହନିଟ୍ରାପରେ ଫସାଇବାକୁ ପ୍ରୟାସ କରାଯାଉଛି । ଏହାପଛରେ ବିଜେପିର ହାତ ରହିଛି । କାରଣ ସେମାନେ ଆପ୍ ବିଧାୟକଙ୍କୁ କେନ୍ଦ୍ରୀୟ ଏଜେନ୍ସିର ଧମକ ଓ ଟଙ୍କା ଲୋଭ ଦେଖାଇବାରେ ବିଫଳ ହୋଇଛି ।ସୋମନାଥ ଆହୁରି ଟ୍ୱିଟ୍ କରିଛନ୍ତି ଯେ, ସବୁଆଡୁ ବିଫଳ ହେଲା ପରେ ହନିଟ୍ରାପରେ ଆପ୍ ବିଧାୟକଙ୍କୁ ଫସାଇବାକୁ ଚେଷ୍ଟା କରାଯାଉଛି । ଦିଲ୍ଲୀ ପୋଲିସ ଏହାର ତଦନ୍ତ କରିବା ଦରକାର । ଏହା ପଛରେ ବିଜେପିର ହାତ ଥିବା ସେ ସନ୍ଦେହ କରୁଛନ୍ତି । କାରଣ ସେମାନେ ଆପ୍ ସରକାର ପଛରେ ପଡିଯାଇଛନ୍ତି ।ଟ୍ୱିଟରେ ଆପ୍ ବିଧାୟକ ନିଜ ଫୋନକୁ ଆସିଥିବା ହ୍ୱାଟସଆପ୍ ମେସେଜର ସ୍କ୍ରିନସଟ୍ ସେୟାର କରିଛନ୍ତି । ଗୁରୁବାର ସନ୍ଧ୍ୟାରେ ସେ ଅଭିଯୋଗ କରିଥିଲେ । ଆଉ ଜଣେ ବିଧାୟକ ମାମଲା ରୁଜୁ ପରେ ସତ ପଦାକୁ ଆସିବ ବୋଲି ଟ୍ୱିଟ୍ କରିଛନ୍ତି ।  

Leave A Reply

Your email address will not be published.