ତାଳଚେର ଗସ୍ତରେ କେନ୍ଦ୍ର ରସାୟନ ମନ୍ତ୍ରୀ, ସାର କାରଖାନା ପୁନଃରୁଦ୍ଧାର କାର୍ଯ୍ୟର ସମୀକ୍ଷା

ଅନୁଗୁଳ ୨୬/୦୮: ତାଳଚେର ଗସ୍ତରେ ଭାରତ ସରକାରଙ୍କ କେନ୍ଦ୍ର ସାର ଏବଂ ରସାୟନ ମନ୍ତ୍ରୀ ଭଗୱନ୍ତ ଖୁବା । ତାଳଚେର ସାର କାରଖାନାର ପୁନଃରୁଦ୍ଧାର କାର୍ଯ୍ୟର ସମୀକ୍ଷା କରୁଛନ୍ତି ମନ୍ତ୍ରୀ । ଏହି ଅବସରରେ ମନ୍ତ୍ରୀଙ୍କୁ ସାର କାରଖାନା ପରିସରରେ ଗାର୍ଡ ଅଫ ଅନର ଦିଆଯାଇଛି । ମନ୍ତ୍ରୀ ପରିସରରେ ବୃକ୍ଷରୋପଣ କଲା ପରେ ପ୍ଲାଣ୍ଟ କାର୍ଯ୍ୟ କେତେ ଅଗ୍ରଗତି ହୋଇଛି ବୁଲି ଦେଖୁଛନ୍ତି । ପ୍ଲାଣ୍ଟର ବଡ଼ ବଡ଼ ଯନ୍ତ୍ରାଂଶ ଆସି ପହଁଚି ସାରିଥିବା ବେଳେ ଷ୍ଟ୍ରକଚର କାମ ଚାଲିଛି। କେତେ ଶୀଘ୍ର ଏହି କାମ ସରିବ ସେ ବିଷୟରେ ଆକି FCI ର ଉଚ୍ଚ ପଦସ୍ଥ ଅଫିସରଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି କୋଇଲା ଏବଂ ଗ୍ୟାସ ଭିତ୍ତିକ ଏହି ପ୍ଲାଣ୍ଟରୁ ସାର ଉତ୍ପାଦନ ହେବ ବୋଲି କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଆଶା ରଖାଯାଇଛି । ମନ୍ତ୍ରୀଙ୍କୁ ବିଜେପି ପକ୍ଷରୁ ବିପୁଳ ସମ୍ବର୍ଦ୍ଧିନା ଦିଆଯାଇଛି। କିନ୍ତୁ ପ୍ଲାଣ୍ଟ ପରିସରକୁ କାହାକୁ ଯିବାପାଇଁ ବାରଣ କରାଯାଇଛି।

Leave A Reply

Your email address will not be published.