ଛାତରୁ ପଡି ପର୍ଯ୍ୟଟକ ମୃତ, ସାଙ୍ଗମାନେ ଠେଲି ହତ୍ୟା କରିଥିବା ସନ୍ଦେହ

ପୁରୀ ୨୬/୦୮: ପୁରୀ ବଳିଆପଣ୍ଡାସ୍ଥିତ ହୋଟେଲ କ୍ରିଷ୍ଣା ସି ସାଇଟରେ ଅଘଟଣ । ହୋଟେଲ ୬ ତାଲା ଉପରୁ ପଡି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ । ମୃତ ପର୍ଯ୍ୟଟକ ହେଉଛନ୍ତି ଅସ୍ତରଙ୍ଗ ଥାନା ଅଧିନ ଉଦୟପୁର ଅଞ୍ଚଳର ଲିଙ୍ଗରାଜ ସାହୁ । ଖବର ପାଇ ଘଟଣାସ୍ଥଳରେ ବଳିଆ ପଣ୍ଡା ଥାନା ପୋଲିସ ଓ ଏସପି କନୱର ବିଶାଳ ସିଂ ପହଞ୍ଚି ଆରମ୍ଭ କରିଛନ୍ତି ତଦନ୍ତ। ତେବେ ଛାତରୁ ପଡି ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି କି ତାଙ୍କୁ ସାଙ୍ଗମାନେ ଠେଲି ହତ୍ୟା କରିଛନ୍ତି ତାହା ଜଣାପଡିନି । ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ବଳିଆ ପଣ୍ଡା ଥାନା ଅଧିକାରୀ।

Leave A Reply

Your email address will not be published.