ପାରିବାରିକ କଳହର କରୁଣ ପରିଣତି, କାଠଫାଳିଆରେ ପିଟିପିଟି ଜେଜେବାପାକୁ ମାରିଲା ନାତି

ରାଉରକେଲା ୨୬/୦୮: ପାରିବାରିକ କଳହର କରୁଣ ପରିଣତି । ସଂପର୍କରେ ଲାଗିଛି ରକ୍ତର ଛିଟା । ଜେଜେବାପାକୁ ମାରିଦେଲା ନାତି । ସୁନ୍ଦରଗଡ଼ କୋଇଡା ଥାନା କେରକେଟା ସାହିରେ ଘଟିଛି ଏମିତି ଘଟଣା । ଜେଜେ ବାପାଙ୍କୁ କାଠଫାଳିଆରେ ପିଟି ପିଟି ହତ୍ୟା କରିଛି ନାତି ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ହତ୍ୟା ପରେ ଅଭିଯୁକ୍ତ ନାତି ଫେରାର୍ ଅଛି କି ନାହିଁ ତାହା ଜଣାପଡିନି । ପୋଲିସ ଇନଭେଷ୍ଟିଗେସନ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.