‘ମଦ ବନ୍ଦ କରାନଗଲେ କଟାଯିବ ରାସନକାର୍ଡ’ ପଞ୍ଚାୟତକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବାକୁ ସରପଞ୍ଚଙ୍କ ଅଭିନବ ପ୍ରତିବାଦ, ସ୍ଥାନୀୟ ମହିଳା ସାମିଲ

ମୋହନା ୨୬।୮: ପଞ୍ଚାୟତରେ ମଦ ବନ୍ଦ ପାଇଁ ସରପଞ୍ଚଙ୍କ ଅଭିନବ ପ୍ରତିବାଦ । ‘ମଦ ବନ୍ଦ ନ କଲେ  ତୁମର ରାସନ କାର୍ଡ କଟାଯିବ’ ଏହିଭଳି ଭାବେ ମୋହନା ବ୍ଲକ୍ ଦୁର୍ଗମ ଅଞ୍ଚଳରେ ଥିବା ଗୁଲୁବା ପଞ୍ଚାୟତରୁ ସମ୍ପୂର୍ଣ୍ଣ ମଦମୁକ୍ତ ପାଇଁ ସରପଞ୍ଚଙ୍କ ସହ ସ୍ଥାନୀୟ ମହିଳାମାନେ ଅଭିଯାନ ଆରମ୍ଭ କରିଛନ୍ତି । ପଞ୍ଚାୟତର ସରପଞ୍ଚ ରେଜିନା ପ୍ରଧାନଙ୍କ ନେତୃତ୍ବରେ ମହିଳା ସଂଘର ଶତାଧିକ ମହିଳା ଓ ଅଙ୍ଗନଓ୍ବାଡୀ କର୍ମୀ ହାତରେ ପ୍ଲା କର୍ଡ଼ ଧରି ଗାଁ ଗାଁ ଯାଇ ମଦ ରନ୍ଧା ଓ ମଦ ବିକ୍ରିକୁ ସମ୍ପୂର୍ଣ୍ଣ ଭାବେ ବିରୋଧ କରିଛନ୍ତି । ଏହାସହ ଜନସାଧାରଣଙ୍କୁ ମଦ ବନ୍ଦ ପାଇଁ ସଚେତନ କରିଥିଲେ । ଘରର ପୁରୁଷମାନେ ମଦ୍ୟପାନ କରି ଘରେ ସ୍ତ୍ରୀମାନଙ୍କୁ ନିର୍ଯାତନା ଦେଉଛନ୍ତି । ସେଥିପାଇଁ ପଞ୍ଚାୟତକୁ ସମ୍ପୂର୍ଣ୍ଣ ଭାବେ ମଦ ମୁକ୍ତ ପଞ୍ଚାୟତ ଗଠନ ପାଇଁ ଆହ୍ବାନ ଦେଇଥିଲେ ।

Leave A Reply

Your email address will not be published.