ବୈତରଣୀ ନଦୀକୁ ଧସିଲା ୨ଶହ ଫୁଟର ସୁରକ୍ଷାବନ୍ଧ, ନଦୀତଟରେ ଥିବା ପରିବାର ଆତଙ୍କିତ

ଚାନ୍ଦବାଲି ୨୬।୮: ବୈତରଣୀ ନଦୀକୁ ଧସିଲା ୨ଶହ ଫୁଟର ସୁରକ୍ଷାବନ୍ଧ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳ ଭାବେ ପରିଚିତ ସୁନ୍ଦରପୁର ପଞ୍ଚାୟତର ଦୋହରାପାଟଣା ଗାଁ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ଶୁକ୍ରବାର ବୈତରଣୀ ନଦୀକୁ ୨ ଶହ ଫୁଟର ସୁରକ୍ଷାବନ୍ଧ ଓ ବାଲିବସ୍ତା, ବଲା ଧସିଯାଇଛି । ଫଳରେ ଏବେ ନଦୀତଟରେ ଘର କରି ରହିଥିବା ଦେଢ ଶହ ପରିବାର ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏପରିକି ବନ୍ଧ କ୍ରମଶଃ ଧସି ଚାଲିଥିବାରୁ ବନ୍ଧକୁ ଗାଁ ଲୋକ ଜଗି ବସିଛନ୍ତି । ଚଳିତ ବନ୍ୟାରେ ଏଠାରେ ବନ୍ଧର ଘଳିଆ ପଡିଥିବାରୁ ଜଳସମ୍ପଦ ବିଭାଗ ପକ୍ଷରୁ ବାଲିବସ୍ତା ଓ ବଲା ଦିଆଯାଇଥିଲା । କିନ୍ତୁ ଏହା ଅତି ନିମ୍ନମାନର ଓ ତରବରିଆ ଭାବେ କରାଯାଇଥିବାରୁ ଏପରି ଘଟଣା ଘଟିଲା ବୋଲି ସ୍ଥାନୀୟ ନଦୀକୂଳିଆ ଲୋକ କହିଛନ୍ତି । ବନ୍ୟା ଛାଡିବା ପରେ ଏବେ ବିପନ୍ନମାନେ ଘର ସଜାଡୁଥିବା ବେଳେ ନଦୀବନ୍ଧ ଧସିବାରୁ ଆତଙ୍କିତ ହୋଇପଡିଛନ୍ତି ।

Leave A Reply

Your email address will not be published.