ପରୀକ୍ଷା ପାଇଁ ଚେକିଂ ବେଳେ ଅନ୍ତଃବସ୍ତ୍ର ଓହ୍ଲାଇବାକୁ ବାଧ୍ୟ ହୋଇଥିବା ଛାତ୍ରୀ ପୁଣି ଦେବେ ନିଟ୍, ସେପ୍ଟେମ୍ବର ୪ରେ ପରୀକ୍ଷା

ନୂଆଦିଲ୍ଲୀ, ୨୭/୦୮  : ନିଟ୍ ପରୀକ୍ଷା ବେଳେ ଏକ ବଡ ଅବ୍ୟବସ୍ଥା ସାମ୍ନାକୁ ଆସିଥିଲା । କେରଳର କୋଲ୍ଲମରେ ପରୀକ୍ଷା ବେଳେ କିଛି ଛାତ୍ରୀଙ୍କ ଅନ୍ତଃବସ୍ତ୍ର ବାହାର କରାଯାଇଥିଲା । ସେମାନେ ପୁଣି ପରୀକ୍ଷା ଦେବେ ବୋଲି ଜଣାପଡିଛି । ଛାତ୍ରୀମାନେ ଏକ ସ୍ୱତନ୍ତ୍ର କେନ୍ଦ୍ରରେ ପରୀକ୍ଷା ଦେବେ । ସେପ୍ଟେମ୍ବର ୪ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ସେମାନଙ୍କୁ ଇ- ମେଲ୍ ପଠାଯାଇଛି । ସୂଚନାନୁସାରେ, କେରଳର କୋଲ୍ଲମରେ ଜୁଲାଇ ୧୭ରେ ନିଟ୍ ପରୀକ୍ଷା ବେଳେ କିଛି ଛାତ୍ରୀ ଗୁରୁତର ଅଭିଯୋଗ ଆଣିଥିଲେ । ସେମାନଙ୍କ ଅନ୍ତଃବସ୍ତ୍ର ଖୋଲାଯାଇଥିବା  ସେମାନେ କହିଥିଲେ । ଯାହାକୁ ନେଇ ବିବାଦ ବଢିଥିଲା । କେରଳରେ ମଧ୍ୟ ଖୁବ୍ ବିରୋଧ ପ୍ରଦର୍ଶନ କରାଯାଇଥିଲା । କଲେଜରେ ଭଙ୍ଗାରୁଜା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା । ଫଳରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟକୁ ଏ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ପଡିଥିଲା ।

Leave A Reply

Your email address will not be published.