ଆଲମିରା କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ବିଦ୍ୟୁତ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ

ବାସୁଦେବପୁର ୨୭।୮: ଭଦ୍ରକ ଜିଲ୍ଲା ବାସୁଦେବପୁର ମ୍ୟୁନସିପାଲଟି ଦେଉଳି ଛକ ନିକଟରେ ଥିବା ଆରତି ଫେବ୍ରିକେସନରେ ଭୟାବହ ଅଗ୍ନିକାଣ୍ତ ଘଟିଛି । ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଛି । ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଶନିବାର ସକାଳେ ଉକ୍ତ କାରଖାନାରେ କର୍ମଚାରୀମାନେ କାମ କରୁଥିଲେ । ନିକଟରେ ଥିବା ଏକ ବିଦ୍ୟୁତ୍ ବୋର୍ଡରୁ ନିଆଁ ସ୍ପାର୍କିଂ ହୋଇ ପାଖରେ ଥିବା ଏକ ରଂଗ ଡବାରେ ପଡି ନିଆଁ ବ୍ୟାପିଯାଇଥିଲା । ଚାହୁଁ ଚାହୁଁ କାରଖାନାର ସମସ୍ତ ଆସବାବପତ୍ରରେ ନିଆଁ ଲାଗି ସବୁ ଜଳି ଭସ୍ମୀଭୂତ ହୋଇଯାଇଛି । ଖବର ପାଇ ବାସୁଦେବପୁର ଦମକଳ ବାହିନୀ, ପୋଲିସ ପ୍ରଶାସନ ପହଞ୍ଚି ନିଆଁକୁ ଆୟତ କରିଥିଲା ।ଏହି ନିଆଁରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଛି ।

Leave A Reply

Your email address will not be published.