ଝାଡ଼ଖଣ୍ଡରେ ଗୁରୁତର ହେଲା ରାଜନୈତିକ ସଂକଟ, ବସ୍‌ରେ  UPA ବିଧାୟକଙ୍କୁ ନେଇ ବାହାରିଲେ ହେମନ୍ତ ସୋରେନ

ରାଞ୍ଚୀ ୨୭।୮: ଝାଡ଼ଖଣ୍ଡରେ ରାଜନୈତିକ ସଂକଟ ଏବେ ଗୁରୁତର ହୋଇଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଶନିବାର ଲଗାତାର ଦ୍ୱିତୀୟ ଦିନ ବିଧାୟକ ଦଳ ବୈଠକ ଆହ୍ୱାନ କରିଥିଲେ। ବୈଠକ ପରେ ବିଧାୟକମାନଙ୍କୁ ୩ଟି ବସରେ ନେଇ ମୁଖ୍ୟମନ୍ତ୍ରୀ ଅଜ୍ଞାତ ବାସରେ ବାହାରି ଯାଇଛନ୍ତି।  ମୁଖ୍ୟମନ୍ତ୍ରୀ ସବୁ ବିଧାୟକଙ୍କ ଫୋନ ସ୍ୱିଚ୍ ଅଫ କରାଇଦେଇଥିବା ବେଳେ ସେମାନଙ୍କୁ କେଉଁଆଡେ ନେଇ ଯାଉଛନ୍ତି ତାହା ଜଣାପଡିନାହିଁ। ଆଶଙ୍କା କରାଯାଉଛି ଝାଡ଼ଖଣ୍ଡର ୟୁପିଏ ବିଧାୟକମାନଙ୍କୁ ରାଜ୍ୟ ବାହାରକୁ କେଉଁଆଡେ ନିଆଯାଉଛି। ତେବେ ମୁଖ୍ୟମନ୍ତ୍ରୀ ବିଧାୟକମାନଙ୍କୁ ନେଇ ଛତିଶଗଡ଼ ଯାଇ ପାରନ୍ତି ବୋଲି ଆକଳନ କରାଯାଉଛି। କାରଣ ଛତିଶଗଡ଼ରେ ୟୁପିଏର ମଜଭୁତ ସରକାର ରହିଛି। ହେମନ୍ତ ସୋରେନଙ୍କ ମୁଖ୍ୟମନ୍ତ୍ରୀ ଆସନ ଯାଇପାରେ ଏଣୁ ମୁଖ୍ୟମନ୍ତ୍ରୀ ବାରମ୍ବାର ବିଧାୟକମାନଙ୍କ ବୈଠକ କରିବା ପରେ ସେମାନଙ୍କୁ ନେଇ ସୁରକ୍ଷିତ ରାଜ୍ୟକୁ ଯାତ୍ରା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଅଫିସ ଅଫ ପ୍ରଫିଟ ମାମଲାରେ ନିର୍ବାଚନ ଆୟୋଗ ଯାଞ୍ଚ କରିବା ପରେ ରିପୋର୍ଟ ଝାଡ଼ଖଣ୍ଡ ରାଜ୍ୟପାଳଙ୍କୁ ପଠାଇ ଦେଇଛନ୍ତି। ଏଥିରେ ବିଧାୟକ ନିମନ୍ତେ ହେମନ୍ତ ସୋରେନଙ୍କୁ ଅଯୋଗ୍ୟ କରାଯାଇଛି। ଅର୍ଥାତ ହେମନ୍ତଙ୍କ ବିଧାୟକ ପଦ ରଦ୍ଦ କରିବା ପାଇଁ ସୁପାରିଶ କରାଯାଇଛି। ଇତିମଧ୍ୟରେ ହେମନ୍ତ ସୋରେନ ତାଙ୍କର ଉଦ୍ଦେଶ୍ୟ ଟ୍ୱିଟ୍‌ ମାଧ୍ୟମରେ ସ୍ପଷ୍ଟ କରିଦେଇଛନ୍ତି।  ବିରୋଧୀଙ୍କ ଚାଲ ନା କେବେ ଆମର ରାସ୍ତା ରୋକିଛି ନା ଆଗକୁ ରୋକିପାରିବ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ କରିଛନ୍ତି।

Leave A Reply

Your email address will not be published.