ବୀଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ମହିଳାଙ୍କ ତଣ୍ଟି ଚିପି ମାରିବା ପରେ ମୁଣ୍ଡ, ହାତ ଓ ଗୋଡ କାଟି ଦେଇଥିଲେ ଅଭିଯୁକ୍ତ

ଉଦଳା ୨୭।୮: ଜଘନ୍ୟ, ବୀଭତ୍ସ ଏବଂ ଲୋମଟାଙ୍କୁରା ହତ୍ୟାକାଣ୍ଡ । ପ୍ରଥମେ ତଣ୍ଟି ଚିପି ପିଟିପିଟି ହତ୍ୟା କଲେ, ପରେ ମୃତଦେହ ନଦୀରେ ଫୋପାଡ଼ି ଦେଲେ । ଯେତେବେଳେ ମୃତଦେହ ମିଳିଲା ସେତେବେଳେ ପ୍ରମାଣ ନଷ୍ଟ କରିବା ପାଇଁ ଅତି ବୀଭତ୍ସ ଭାବେ ହାତ, ମୁଣ୍ଡ, ଗୋଡ଼ କାଟି ଅଲଗା କରି ଶରୀରକୁ ନେଇ ଲୁଚାଇ ଦେଇଥିଲେ ଅଭିଯୁକ୍ତ । ନିଖୋଜ ମହିଳାଙ୍କୁ ଖୋଜୁ ଖୋଜୁ ପୋଲିସ ସାମ୍ନାକୁ ଆସିଲା ସାଙ୍ଘାତିକ ଏବଂ ଜଘନ୍ୟ ହତ୍ୟାକାଣ୍ଡର ଚିତ୍ର ।ଯାହା ଆପଣଙ୍କ ଛାତି ଥରାଇ ଦେବ । ଏଭଳି ଲୋମ ଟାଙ୍କୁରା ହତ୍ୟାକାଣ୍ଡର ପର୍ଦାଫାଶ କରିଛି ପୋଲିସ । ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଗୁଣ୍ଡୁରୀସାହି ଗ୍ରାମର ମୋଖି ସିଂ ନିଖୋଜ ଥିବା ନେଇ ଗତ ୨୦ ତାରିଖରେ ତାଙ୍କ ପୁଅ ଶରତ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଖୋଳତାଡ଼ ଆରମ୍ଭ କରିଥିଲା ପୋଲିସ । ଛାନଭିନ ବେଳେ ଦୋ ମୁହାଣୀ ନାଳ ନିକଟରୁ ମୋଖିଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଥିଲା । କେବଳ ମୋଖିଙ୍କ ମୁଣ୍ଡ, ହାତ ଏବଂ ଗୋଡ଼ ରହିଥିଲା । ଏହି ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିବା ପରେ ଏହା ଏକ ଜଘନ୍ୟ ଏବଂ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ପୋଲିସକୁ ସୁରାକ ମିଳିଥିଲା । ଏହା ପରେ ମୋଖିଙ୍କ ଶରୀରକୁ ହାଣି ଦିଆ ଯାଇଥିବା ବେଳେ ଶରୀରର କଟା ଯାଇଥିବା ଅଂଶକୁ ନାଳ ନିକଟରେ ପଥର ବାନ୍ଧି ଲୁଚାଇ ରଖିଥିଲେ ଅଭିଯୁକ୍ତ । ପୋଲିସ ଅବଶିଷ୍ଟ ମୃତଦେହ ଜବତ କରିବା ପରେ ଏହି ଘଟଣାର ପର୍ଦାଫାଶ ହୋଇଛି ।

Leave A Reply

Your email address will not be published.