ଦୁବାଇର ସବୁଠୁ ଦାମୀ ଘର କିଣିଲେ ମୁକେଶ ଅମ୍ୱାନୀ, ଜାଣନ୍ତୁ କେତେ ଟଙ୍କା ?

ନୂଆଦିଲ୍ଲୀ: ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ମୁକେଶ ଅମ୍ୱାନୀ ଦୁବାଇରେ ଆଜି ଯାଏଁର ସବୁଠୁ ଦାମୀ ପ୍ରୋପର୍ଟି କିଣିଛନ୍ତି । ଖବର ଅନୁସାରେ ଅମ୍ୱାନୀ ପରିବାର ଦୁବାଇରେ ସମୁଦ୍ର ନିକଟରେ ଏକ ବିଳାଶମୟ କୋଠା କିଣିଛନ୍ତି । ଏହାର ମୂଲ୍ୟ ପ୍ରାୟ ୮୦ ମିଲିୟନ ଡଲାର ଥିବା କୁହାଯାଉଛି । ରୟଟର୍ସର ରିପୋର୍ଟ ଅନୁସାରେ, ଏହା ଦୁବାଇ ସହରର ଆଜି ଯାଏଁର ସବୁଠୁ ବଡ଼ ଆବସୀକ ସମ୍ପତ୍ତି ଡିଲ୍ । ତେବେ ଅମ୍ୱାନୀ ପରିବାର ପକ୍ଷରୁ ଦୁବାଇ ସମ୍ପତ୍ତି ଡିଲକୁ ସାର୍ବଜାନୀନ କରାଯାଇ ନାହିଁ । ଏହା ଉପରେ କୌଣସି ଆନୁଷ୍ଠାନିକ ବୟାନ ଜାରି କରାଯାଇ ନାହିଁ । ରିପୋର୍ଟ ଅନୁସାରେ ଏହି ବିଳାଶମୟ ଭିଲା ଚଳିତ ବର୍ଷ ଆରମ୍ଭରେ ଅମ୍ୱାନୀଙ୍କ ସାନ ପୁଅ ଅନନ୍ତ ଅମ୍ୱାନୀଙ୍କ ପାଇଁ କିଣା ଯାଇଛି । ସମୁଦ୍ର କୂଳର ଏହି ଘର plam ଆକାର । ଏହା ସହରର ଉତ୍ତର ଭାଗରେ ରହିଛି ଏବଂ ଏଥିରେ ୧୦ଟି ଶୋଇବା ଘର, ଗୋଟିଏ ସ୍ପା ଏବଂ ଉନଡୋର ଏବଂ ଆଉଟଡୋର ପୁଲ କରିଛି। ଉଲ୍ଲେଖଯୋଗ୍ୟ ଯେ, ବ୍ରିଟିଶ ଫୁଟବଲର ଡେବିଡ ବେକହମଙ୍କ ପତ୍ନୀ ଭିକ୍ଟୋରିଆ ଏବଂ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ସମ୍ପତ୍ତି ରହିଛି। ଅର୍ଥାତ ଅନନ୍ତ ଅମ୍ୱାନୀ ଏବେ ଏମାନଙ୍କ ନୂଆ ପଡୋଶୀ ହେବେ । ଉଲ୍ଲେଖଯୋଗ୍ୟ ଯେ, ଦୁବାଇ ଅଲଟ୍ରା-ରିଚଙ୍କ ପାଇଁ ଏକ ମନ ପସନ୍ଦର ସ୍ଥାନ ।   

Leave A Reply

Your email address will not be published.