ଏସଆଇ ସ୍ୱାଗତିକା ବେହେରା ଆତ୍ମହତ୍ୟା ଘଟଣା, ନ୍ୟାୟ ଦାବିରେ ରାସ୍ତାରୋକ

ଖୋର୍ଦ୍ଧା ୨୯/୦୮: ଘୁମୁସର ଉଦୟଗିରି ଏସଆଇ ସ୍ୱାଗତିକା ବେହେରା ଆତ୍ମହତ୍ୟା ଘଟଣା । ନ୍ୟାୟ ଦାବିରେ ପରିବାର ଓ ଗ୍ରାମବାସୀଙ୍କ ରାସ୍ତାରୋକ । ଖୋର୍ଦ୍ଧା ନୂଆ ଜଗନ୍ନାଥ ସଡକ ନିରାକାରପୁର କଲେଜଠାରେ ରାସ୍ତାରୋକ । ଫଳରେ ପୁରୀ- ରାମେଶ୍ୱର ଯାତାୟତ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରୁଛି । ସେପଟେ ଆଉ କିଛି ସମୟ ପରେ ଗାଁରେ ପହଞ୍ଚିବ ସ୍ବାଗତିକାଙ୍କ ମୃତଦେହ । ଆଇଆଇସି ମାନସିକ ନିର୍ଯାତାନ ଦେବାରୁ ସେ ସ୍ବାଗତିକା ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣା ପରେ ଅଭିଯୁକ୍ତ ଆଇଆଇସିଙ୍କୁ ଫୁଲବାଣୀ ମୁଖ୍ୟାଳୟକୁ ବଦଳି କରାଯାଇଛି । ସୂଚନା ଥାଉକି, କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା ସବ-ଇନ୍ସପେକଟର ସାଗରିକା ବେହେରା ଶୁକ୍ରବାର ରାତିରେ ନିଜ ସରକାରୀ ବାସଭବନରେ ସିଲିଂ ଫ୍ୟାନରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା ର କାରଣ ଜଣାପଡିନାହିଁ । ତେବେ, ସେ କିଛି ଦିନ ହେଲା ମାନସିକ ଚାପ ରେ ଥିବା ଅନୁମାନ କରାଯାଉଥିଲା ।

Leave A Reply

Your email address will not be published.