ସମ୍ରାଟ ମାର୍କେଟ, ଫୁଲବାଣୀର ନୂତନ କର୍ମକର୍ତ୍ତା ମନୋନୀତ

ଫୁଲବାଣୀ, : ଫୁଲବାଣୀ ସହର ମୁଖ୍ୟ ବଜାର ସ୍ଥିତ ସମ୍ରାଟ ମାର୍କେଟର ଆଗାମୀ ଦୁଇ ବର୍ଷ ପାଇଁ ନୂତନ କମିଟି ଚୟନ ହୋଇଯାଇଛି । ମାର୍କେଟର ବସନ୍ତ କୁମାର ସାହୁ ସର୍ବସମ୍ମତି କ୍ରମେ ସଭାପତି ରୂପେ ମନୋନୀତ ହୋଇଥିବା ବେଳେ ଟୁଟୁ ପାତ୍ର ଉପସଭାପତି, ମହମ୍ମଦ ଲତିଫ ବେଗ ସମ୍ପାଦକ, ଟି ସାସ୍କର ପାତ୍ର ସହସଂପାଦକ ଓ ଜଗନ୍ନାଥ ପାତ୍ର କୋଷାଧ୍ୟକ୍ଷ ରୂପେ ମନୋନୀତ ହୋଇଛନ୍ତି । ଏହି ନୂତନ କମିଟି ଦୁଇ ବର୍ଷ ପାଇଁ ମାର୍କେଟର ଦାୟିତ୍ଵରେ ରହିବା ସହ ଆଗାମୀ ୨୦୨୪ରେ ଫୁଲବାଣୀରେ ଅନୁଷ୍ଠିତ ହେବାକୁ ଥିବା ନାରାୟଣୀ ଯାତ୍ରା ପରିଚାଳନାରେ ମାର୍କେଟ ତରଫରୁ ସହଯୋଗ କରିବେ ।

Leave A Reply

Your email address will not be published.