ଏନ୍‌ସିଆର୍‌ବିର ଭୟଙ୍କର ତଥ୍ୟ: ଓଡ଼ିଶାରେ ଦିନକୁ ୪ ହତ୍ୟା

ଭୁବନେଶ୍ବର : ବର୍ଷକରେ ରାଜ୍ୟରେ ୧୩୯୪ଜଣଙ୍କୁ ହତ୍ୟା କରାଯାଇଛି। ହାରାହାରି ହିସାବ କଲେ, ପ୍ରତି ୬ ଘଣ୍ଟାରେ ଜଣେ ଓ ଦିନରେ ୪ଜଣଙ୍କୁ ହତ୍ୟା କରାଯାଉଛି। ଜାତୀୟ ଅପରାଧ ନଥିସଂସ୍ଥା (ଏନ୍‌ସିଆର୍‌ସି) ପକ୍ଷରୁ ସଦ୍ୟ ପ୍ରକାଶିତ ରିପୋର୍ଟରେ ଓଡ଼ିଶାରେ ଅପରାଧର ଏଭଳି ଭୟଙ୍କର ଚିତ୍ର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ରିପୋର୍ଟ ଅନୁଯାୟୀ, ଯୌତୁକ ଓ ପାରିବାରିକ କଳହ ଜନିତ ହତ୍ୟା କ୍ଷେତ୍ରରେ ଓଡ଼ିଶା ଦେଶରେ ଶୀର୍ଷ ସ୍ଥାନରେ ରହି ଅପବାଦ ମୁଣ୍ଡାଇଛି। ଯୌତୁକ ପାଇଁ ରାଜ୍ୟରେ ୨୭୫ଜଣଙ୍କୁ ଓ ପାରିବାରିକ ବିବାଦ ଯୋଗୁଁ ୫୩୫ଜଣ ହତ୍ୟାର ଶିକାର ହୋଇଛନ୍ତି। ଏଥିରେ ମୋଟ ୮୧୦ଜଣଙ୍କ ଜୀବନ ଯାଇଛି, ଯାହାକି ରାଜ୍ୟରେ ମୋଟ ହତ୍ୟାର ୧୭୨%। ସେହିପରି ରାଜ୍ୟରେ ସର୍ବାଧିକ ହତ୍ୟାକାଣ୍ଡର ଶିକାର ହେଉଛନ୍ତି ଯୁବପିଢ଼ି। ୧୮ରୁ ୩୦ ବର୍ଷ ମଧ୍ୟରେ ୧୦୩୮ଜଣ ଯୁବକ ଯୁବତୀଙ୍କୁ ହତ୍ୟା କରାଯାଇଛି। ଯେଉଁଥିରେ ୫୬୫ଜଣ ଯୁବକ ଏବଂ ୪୭୩ଜଣ ଯୁବତୀ ରହିଛନ୍ତି। ଏହା ମୋଟ ହତ୍ୟାର ୧୩୫ ପ୍ରତିଶତ। ବିସ୍ମୟକର କଥା ଯେ ହତ୍ୟା ମାମଲାରେ ଠିକ୍‌ ସମୟରେ ଚାର୍ଜସିଟ୍‌ ଦାଖଲ କରାଯାଉନାହିଁ। ମାତ୍ର ୮୧.୧% ମାମଲାରେ ଚାର୍ଜସିଟ୍‌ ଦାଖଲ କରାଯାଇଛି। ଏହା ଅନ୍ୟରାଜ୍ୟ ତୁଳନାରେ ଅତ୍ୟନ୍ତ ନୈରାଶ୍ୟଜନକ। ତାମିଲ୍‌ନାଡ଼ୁରେ ସର୍ବାଧିକ ୯୬.୬%ମାମଲାରେ ଚାର୍ଜସିଟ୍‌ ଦାଖଲ କରାଯାଉଥିବା ବ‌େଳେ ଓଡ଼ିଶା ଏହି କ୍ରମରେ ୧୯ତମ ସ୍ଥାନରେ ରହିଛି। ଏପରିକି ହାରାହାରି ହାର ୮୩.୬%ଠାରୁ ବି ପଛରେ ରହିଛି। ଫଳରେ ଅପରାଧୀ ଖସିଯିବାର ସୁଯୋଗ ସୃଷ୍ଟି ହେଉଛି।

Leave A Reply

Your email address will not be published.