ନୌସେନାରେ ସାମିଲ ହେଲା ଆଇଏନଏସ ବିକ୍ରାନ୍ତ : ପ୍ରଧାନମନ୍ତ୍ରୀ କହିଲେ- ‘ଦେଶର ସାମର୍ଥ୍ୟର ପ୍ରତୀକ’

ନୂଆଦିଲ୍ଲୀ ୦୨।୦୯: ଜଳାବତରଣ କଲା ଆଇଏନଏସ ବିକ୍ରାନ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୌସେନାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ବିମାନବାହୀ ଯୁଦ୍ଧଜାହାଜକୁ ଜଳାବତରଣ କରିଛନ୍ତି । ଯାହା ଦ୍ୱାରା ସମୁଦ୍ରରେ ଭାରତର ଶକ୍ତି ବୃଦ୍ଧି ଘଟିଛି । ସବୁଠାରୁ ଖାସ୍ କଥା ଏହାଯେ ଏହା ସ୍ୱଦେଶ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ନୌସେନା ମୁଖ୍ୟ ମଧ୍ୟ ସାମିଲ ଥିଲେ ।ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସରକାର ନୌସେନା ପାଇଁ ବଜେଟ୍ ବୃଦ୍ଧି କରିଛନ୍ତି । ଅନେକ ନୂଆ ନୂଆ ଯୋଜନା ହାତକୁ ନିଆଯାଇଛି । ବିକ୍ରାନ୍ତ ସମୁଦ୍ରରେ ଭାରତର ଶକ୍ତି ବୃଦ୍ଧି କରିବ । ସୁରକ୍ଷା ପାଇଁ ନିୟୋଜିତ ହେବ । ଏହା ଭାରତର ସଫଳତାର ଏକ ପରିଚୟ ହେବ । ଏହା ଦେଶର ସାମର୍ଥ୍ୟର ପ୍ରତୀକ ଅଟେ । ଆଜି ଇତିହାସ ବଦଳିବା ଭଳି କାମ କରାଯାଇଛି ।ଏହାସହ ସେ ନୌସେନାର ନୂଆ ଧ୍ୱଜ ମଧ୍ୟ ଅନାବରଣ କରିଛନ୍ତି । ଯାହା ଛତ୍ରପତି ଶିବାଜୀଙ୍କ ଦ୍ୱାରା ପ୍ରେରିତ । ସେ ଆହୁରି କହିଛନ୍ତି ଯେ, ଆଇଏନଏସ ଦେଶରେ ନୂଆ ବିଶ୍ୱାସ ସୃଷ୍ଟି କରିଛି । ସ୍ୱଦେଶ ଜ୍ଞାନକୌଶଲରେ ଏତେ ବଡ ଏୟାରକ୍ରାଫ୍ଟ କ୍ୟାରିଅର ନିର୍ମାଣ ହେବା ଗୈରବର କଥା । ଏହା ଆତ୍ମନିର୍ଭର ଭାରତର ମଧ୍ୟ ପ୍ରତୀକ ଅଟେ ।

Leave A Reply

Your email address will not be published.