୩୩ ଦିନରେ ଧାରଣା, ନ୍ୟାୟ ପାଇଁ ଲଢେଇ ଜାରି ରଖିଛନ୍ତି ଦୀପିକା

ବ୍ରହ୍ମପୁର ୦୩/୦୯: ନ୍ୟାୟ ପାଇଁ ଦୀପିକା ଧାରଣା ଜାରି ରଖିଥିବା ବେଳେ ପ୍ରେମିକ ଦିନେଶଙ୍କ ପରିବାରବର୍ଗ ଘରେ ତାଲା ପକାଇ କୁଆଡେ ପଳାଇଛନ୍ତି । ସେପଟେ ଦୀପିକା ଗଣେଶଙ୍କୁ ଆରାଧନା କରି ନିଜର ତଥା ପୁଅର ଭବିଷ୍ୟତ ପାଇଁ କାମନା କରିଛନ୍ତି । ୧୦୮ ଦୀପ ଲଗାଇ ପୂଜାର୍ଚ୍ଚନା କରିଛନ୍ତି । ଗତକାଲି ସନ୍ଧ୍ୟାରେ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହଯୋଗରେ ଦୀପିକା ଗଣେଶ ମୂର୍ତ୍ତି ବିସର୍ଜନ କରିଛନ୍ତି । ସେ କହିଛନ୍ତି ଦିନେଶଙ୍କୁ ସଦବୁଦ୍ଧି ଦିଅନ୍ତୁ । ଅନ୍ଧାରରେ ଜୀବନକୁ ଆଲୋକମୟ କରନ୍ତୁ । ଏହା ହିଁ ଗଜାନନ ବିଘ୍ନନାଶକ ଗଣେଶଙ୍କୁ ପୂଜା କରି ଗୁହାରୀ କରିଛି । ଗଣେଶ ନିଶ୍ଚିତ ଭାବେ ଗୁହାରୀ ଶୁଣିବେ । ନିଶ୍ଚିତ ଭାବେ ନ୍ଯାୟ ମିଳିବା ଆଶା ରଖିଥିବା କହିଛନ୍ତି ଦୀପିକା । ନିଶ୍ଚିତ ଭାବେ ଗଣେଶ ଗୁହାରୀ ଶୁଣିବେ, ବିଘ୍ନକୁ ନାଶ କରିବେ । ନ୍ୟାୟ ନିଶ୍ଚିତ ଭାବେ ମିଳିବ ବୋଲି ସମାଜସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ କହିଛନ୍ତି ।

Leave A Reply

Your email address will not be published.