ବିଦ୍ୟୁତ୍ ଟ୍ରାନ୍ସଫରର୍ମରରେ ଅଗ୍ନିକାଣ୍ଡ, ନିଆଁ ଲାଗିବା ସହ ବ୍ଲାଷ୍ଟିରେ ଆତଙ୍କିତ ଲୋକେ

ବ୍ରହ୍ମପୁର୦୩/୦୯: ବ୍ରହ୍ମପୁରରେ ଲକ୍ଷ୍ମି ନୃସିଂହ ସାହା ୧୨ ନମ୍ବର ଗଳିରେ ଅଘଟଣ । ଗତକାଲି ରାତିର ଘଟଣା । ବିଦ୍ୟୁତ ଟ୍ରାନ୍ସଫର୍ମରରେ ଅଗ୍ନିକାଣ୍ଡ । ନିଆଁ ଲାଗିବା ସହ ବ୍ଳାଷ୍ଟ୍ ହେଉଛି । ଅଞ୍ଚଳବାସୀ ଆତଙ୍କିତ ହୋଇପଡିଥିଲେ । ଗଣେଶ ପୂଜା ବିସର୍ଜନ ସମୟରେ ବାଣ ଫୁଟା ଦୃଶ୍ୟ ଭାବି ପ୍ରଥମେ ନୀରବି ଥିବା ଅଞ୍ଚଳବାସୀ ପରବର୍ତ୍ତୀ ସମୟରେ ବ୍ଳାଷ୍ଟ୍ ଜାରି ରହିବାରୁ ଆତଙ୍କିତ ହୋଇ ବିଦ୍ୟୁତ ବିଭାଗକୁ ଖବର ଦେଇଥିଲେ । କୌଣସି କ୍ଷୟକ୍ଷତି କିମ୍ୱା କିଛି ନଷ୍ଟ ହୋଇଥିବା ଜଣା ପଡିନାହିଁ । ଅସଜଡା, ଅବହେଳିତ ବିଦ୍ୟୁତ ପୋଲ, ଟ୍ରାନ୍ସଫର୍ମରରେ ପ୍ରତି ବିଭାଗ ପକ୍ଷରୁ ଦୃଷ୍ଟି ଦିଆଯାଇ ପଦକ୍ଷେପ ଗ୍ରହଣ ନକରିଲେ କୌଣସି ବଡ ଅଘଟଣ ସମ୍ଭାବନାକୁ ଏଡାଇ ହେବ ନାହିଁ ।

Leave A Reply

Your email address will not be published.