୨୮ ବର୍ଷ ହେଲା ଥିଲେ ପାକିସ୍ତାନ ଜେଲରେ, ଏବେ ଘରକୁ ଫେରିଲେ ଗୁଜୁରାଟର କୁଲଦୀପ୍

ନୂଆଦିଲ୍ଲୀ ୦୩/ ୦୯ ଜାସୁସି କରିବା ଅଭିଯୋଗରେ ଦୀର୍ଘ ୨୮ ବର୍ଷ ହେବ ପାକିସ୍ତାନ ଜେଲରେ ସଜ୍ଜା କାଟୁଥିଲେ ଗୁଜୁରାଟର କୁଲଦୀପ ଯାଦବ। ଏବେ ସେ ନିଜ ଘରକୁ ଫେରିଛନ୍ତି।  ଘରେ ଏବେ ଖୁସିର ମାହୋଲ୍। ୧୯୯୪ ମସିହାରେ ପାକିସ୍ତାନ ଏଜେନ୍ସି ତାଙ୍କୁ ଗିରଫ କରିଥିଲା। ଫେରିବା ପରେ ନିଜ ପାଇଁ ଓ ପାକିସ୍ତାନ ଜିଲ୍ଲାରେ  କଏଦ ହୋଇ ରହିଥିବା ଅନ୍ୟ ଭାରତୀୟଙ୍କୁ ଫେରାଇ  ଆଣିବାକୁ ଭାରତ ସରକରାଙ୍କୁ ଗୁହାରୀ କରିଛନ୍ତି ୫୯ବର୍ଷୀୟ କୁଲଦୀପ୍। ସେ କହିଛନ୍ତି, “ମୁଁ କେତେ ଦିନ ପର୍ଯ୍ୟନ୍ତ ମୋ ଭାଇ ଓ ଭଉଣୀଙ୍କ ଉପରେ ନିର୍ଭର ହୋଇ ରହିବି ? ମୋତେ ସାହାଯ୍ୟ କରିବାକୁ ତଥା ରୋଜଗାର ଯୋଗାଇଦେବାକୁ  ମୁଁ ସରକାରଙ୍କୁ ନିବେଦନ କରୁଛି। କାହିଁକିନା  ଏବେ ମୋ ପାଖରେ କିଛି ନାହିଁ। ନିଜ ପୋଷାକ ବି ନାହିଁ।  ମୋ ଦେହରେ ଥିବା ସାର୍ଟ ମଧ୍ୟ ପାକିସ୍ତାନରୁ ଆସିଛି। “ ପଡୋଶୀ ଦେଶର ଜେଲରେ ରହିଥିବା ଭାରତୀୟଙ୍କ ଅବସ୍ଥା ବୁଝନ୍ତୁ ସରକାର। ସେମାନଙ୍କୁ ଘରକୁ ଫେରାଇ ଆଣିବାରେ ସାହାଯ୍ୟ କରିବାକୁ କୁଲଦୀପ ଭାରତୀୟ ଉଚ୍ଚ ଆୟୋଗକୁ ମଧ୍ୟ ନିବେଦନ କରିଛନ୍ତି। ସେ ପିଟିଆଇକୁ କହିଛି ଯେ, “ମୁଁ ଚାହୁଁଛି ଯେ ସେଠାରେ ଥିବା ସମସ୍ତ ଭାରତୀୟ ବନ୍ଦୀମାନେ ସେମାନଙ୍କ ପରିବାର ସଦସ୍ୟଙ୍କ ପାଖକୁ ପୁଣି ଫେରି ଆସନ୍ତୁ। କାହିଁକିନା ସେମାନେ ବି ପରିବାରର ସୁଖ ପାଇବାକୁ ଚାହୁଁଛନ୍ତି। ପାକିସ୍ତାନରେ ଜେଲରେ ଥିବା ଭାରତୀୟଙ୍କ ସହ ଭାରତ ଜେଲରେ ଥିବା ପାକିସ୍ତାନୀ ବନ୍ଦୀମାନଙ୍କୁ  ମଧ୍ୟ ମୁକ୍ତ କରିବା ଉଚିତ।”

Leave A Reply

Your email address will not be published.