ସେପ୍ଟେମ୍ବରରେ ସରୁଛି ମାଗଣା ଟିକାର ଅବଧି, ଲୋକଙ୍କୁ ତୁରନ୍ତ ଡୋଜ୍‌ ସାରିବାକୁ ସ୍ୱାସ୍ଥ୍ୟ ବିଭାଗର ଅପିଲ୍

ଭୁବନେଶ୍ୱର ୦୩।୦୯: ଟୀକା ପାଇଁ ବାଜିଲା ସ୍ୱାସ୍ଥ୍ୟ ବିଭାଗର ଘଣ୍ଟି । ସେପ୍ଟେମ୍ବର ୩୦ରେ ସରୁଛି ମାଗଣା ଟୀକାର ଅବଧି । ତୁରନ୍ତ ଟୀକା ନେବାକୁ ସମସ୍ତଙ୍କୁ ଅପିଲ କଲା ସ୍ୱାସ୍ଥ୍ୟ ବିଭାଗ । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମାଗଣା ଟୀକାର ଅବଧି ଆଉ ମାତ୍ର ୨୭ ଦିନ ଥିବାରୁ ତୁରନ୍ତ ଟୀକା ନେଇଯିବା ଲାଗି ସମସ୍ତଙ୍କୁ ଅପିଲ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭୫ ଭାଗ ଲୋକ ନେଇ ନାହାନ୍ତି ପ୍ରିକସନ ଡୋଜ  । ଅର୍ଥାତ ୨ କୋଟି ୪୦ ଲକ୍ଷ ଲୋକ ନେଇ ନାହାନ୍ତି ପ୍ରିକସନ ଡୋଜ । ରାଜ୍ୟରେ ୮୦ ଲକ୍ଷ ୯୦ ହଜାର ୩୮୬ ଜଣ  ପ୍ରିକସନ ଡୋଜ ନେଇଛନ୍ତି । ଦ୍ୱିତୀୟ ଡୋଜ ନେବାକୁ ଭୁଲି ଯାଇଛନ୍ତି ୨୩ ଲକ୍ଷ ୩୨ ହଜାର ଲୋକ । ଖୋର୍ଦ୍ଧା, କଟକ, ଜଗତସିଂହପୁର, ଅନୁଗୁଳ, ପୁରୀ, ସୁନ୍ଦରଗଡ ଜିଲ୍ଲାରେ ଟୀକା ନେବା ପାଇଁ ଆଗ୍ରହ ଦେଖାଉନାହାନ୍ତି ଲୋକେ ।

Leave A Reply

Your email address will not be published.