ପାଟଣା ରେଞ୍ଜ ଛାଡିଲେ ୨୨ଟିକିଆ ହାତୀପଲ, ୫ ଦିନ ଧରି ମଚାଇଥିଲେ ଉପଦ୍ରବ

ପାଟଣା ୦୩/୦୯: ଏକ ସପ୍ତାହ ଧରି ପାଟଣା ରେଞ୍ଜରେ ବ୍ୟାପକ କ୍ଷୟକ୍ଷତି କରିଥିବା ୨୨ ଟିକିଆ ହାତୀପଲ ବିଳମ୍ବିତ ରାତିରେ ପାଟଚଣ ରେଞ୍ଜ ଛାଡିଛନ୍ତି । ବନବୀର ନିକଟରେ ବୈତରଣୀ ନଦୀ ପାର ହୋଇ ମୟୁରଭଞ୍ଜ ଜିଲାର ଠାକୁର ମୁଣ୍ଡା ରେଞ୍ଜକୁ ପ୍ରବେଶ କରିଛନ୍ତି । ଏହି ହାତୀପଲ ଏକ ସପ୍ତାହ ଧରି ପାଟଣା ରେଞ୍ଜ ଅଞ୍ଚଳରେ ବ୍ୟାପକ ଧାନ ଓ ବୋଇତାଳୁ ଚାଷ ନଷ୍ଟ କରିବା ସହ ପାଟଣା ରେଞ୍ଜ ଅଞ୍ଚଳରେ ୫ଟି ଘର ଭାଙ୍ଗିଛନ୍ତି । ବନ ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇ ଖୁବ ଶୀଘ୍ର କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପାଟଣା ରେଞ୍ଜର ଘାସିନାଥ ପାତ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.